ବ୍ଲକ କାର୍ଯ୍ୟାଳୟ ଘେରିଲା କଂଗ୍ରେସ

ମୋରଡା,୧୮।୮(ସ୍ମାରକ ମାଜୀ): ପିସି କାରବାର ବନ୍ଦ ସହ ବିଭିନ୍ନ ଦାବିରେ କଂଗ୍ରେସ ପକ୍ଷରୁ ମୟୁରଭଞ୍ଜ ଜିଲା ରାସଗୋବିନ୍ଦପୁର ବ୍ଲକ କାର୍ଯ୍ୟାଳୟ ଘେରାଉ କରାଯାଇଥିଲା। ଏହି ଅବସରରେ କଂଗ୍ରେସ କର୍ମକର୍ତ୍ତା ରାସଗୋବିନ୍ଦପୁର ଅତିରିକ୍ତ ବିଡ଼ିଓଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ।

ବ୍ଲକ ଅଫିସରେ ପିସି କାରବାର, ଆବାସ ଯୋଜନାରେ ଦୁର୍ନୀତି, ଦରଦାମ ବୃଦ୍ଧି, ବେକାରୀ ସମସ୍ୟା ବୃଦ୍ଧି, ଚାଷୀ ମାରଣ ନୀତି, ଟାଟା କମ୍ପାନୀର ଖାଉଟି ବିରୋଧୀ ନୀତି ବିରୋଧରେ ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକଙ୍କ ଡାକରାରେ ମୋରଡା ନିର୍ବାଚନମଣ୍ଡଳୀ ବରିଷ୍ଠ କଂଗ୍ରେସ ନେତା ପ୍ରଭାସକର ମହାପାତ୍ରଙ୍କ ନେତୃତ୍ୱରେ ଶତାଧିକ କଂଗ୍ରେସ କର୍ମୀ ଶୋଭାଯାତ୍ରାରେ ବାହାରି ବ୍ଲକ କାର୍ଯ୍ୟାଳୟ ଘେରାଉ କରିଥିଲେ। ଘେରାଉରେ ପୂର୍ବତନ ଏମ୍‌ପି ସୁଶୀଳା ତିରିଆ, ମୋରଡା ନିର୍ବାଚନମଣ୍ଡଳୀ ଯୁବ କଂଗ୍ରେସ ସଭାପତି ତାପସ ରଞ୍ଜନ ରାଉତ, ବ୍ଲକ କଂଗ୍ରେସ ଅଧ୍ୟକ୍ଷ ଯୋଗେନ୍ଦ୍ର ମହାନ୍ତି, ମୁରଲୀ ନାଏକ, କମଳଲୋଚନ ଗିରି, ପ୍ରଦୀପ ଦାସ, ଅଜୟ ବେହେରା, ଦୂର୍ଗା ମହାନ୍ତ, କୁନା ଗିରି, ମୁନା ପାତ୍ର, ମନ୍ମଥ ସିଂ ପ୍ରମୁଖ ଉପସ୍ଥିତ ଥିଲେ l

Share