ନାମାଙ୍କନ ପତ୍ର ଦାଖଲ କଲେ କଂଗ୍ରେସ ସାଂସଦ ପ୍ରାର୍ଥୀ ଇଂ ବିନୋଦ ନାୟକ

କେନ୍ଦୁଝର, ୪।୫(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଲୋକ ସଭା ପ୍ରାର୍ଥି ଭାବେ କଂଗ୍ରେସ ଦଳରୁ ଇଂ ବିନୋଦ ନାୟକ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି। ଶନିବାର ଏକ ବିରାଟ ପଟୁଆରରେ ସମର୍ଥକ ଓ ଦଳୀୟ ନେତା ମାନେ ତାଙ୍କୁ ସୁସଜ୍ଜିତ ଗାଡ଼ିରେ ଏକ ଶୋଭାଯାତ୍ରାରେ ସହର ପରିକ୍ରମା କରି ଜିଲାପାଳଙ୍କ ଅଫିସକୁ ନେଇଥିଲେ।

ଏହି ସମୟରେ ତାଙ୍କ ସମର୍ଥକ ମାନେ ନୃତ୍ୟ ଗୀତ କରି, ସ୍ଲୋଗାନ ଦେଇ ଏବଂ ବ୍ୟାନର , ପତାକା ଧରି ସହର ପରିକ୍ରମା କରିଥିଲେ। ସେଠାରେ ଜିଲାପାଳ ବିଶାଲ ସିଂହ ଙ୍କ ନିକଟରେ ପ୍ରାର୍ଥୀପତ୍ର ଦାଖଲ କରିଥିଲେ। କଂଗ୍ରେସର ଗ୍ୟାରେଣ୍ଟି ଓ ଲୋକଙ୍କ ସମସ୍ୟା ସମାଧାନ କରିବାର ପ୍ରତିଶ୍ରୁତି ଦେଇ ଭୋଟ ମାଗିବେ।

ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଫଳତା ଏବଂ କ୍ଷମତାକୁ ଆସିଲେ କଂଗ୍ରେସର ସଫଳତାର ଗ୍ୟାରେଣ୍ଟିକୁ ନେଇ ଭୋଟରଙ୍କୁ ତାଙ୍କ ସପକ୍ଷରେ ଭୋଟ ଦେବାକୁ ନିବେଦନ କରିବେ ବୋଲି କହିଛନ୍ତି। ନାମାଙ୍କନ ପତ୍ର ଦାଖଲ ବେଳେ ପୂର୍ବତନ ପିସିସି ସଭାପତି ତଥା ପ୍ରଚାର କମିଟି ସଦସ୍ୟ ତଥା ଆନନ୍ଦପୁର ପ୍ରାର୍ଥୀ ଜୟଦେବ ଜେନା, ପିସିସି ସମ୍ପାଦକ ଆଲୋକ ମିଶ୍ର, ସୁନେସ ଧିର ସମେତ ବହୁ ନେତା ଓ କର୍ମୀ ଉପସ୍ଥିତ ଥିଲେ।

ସେହିପରି ପାଟଣା ନିର୍ବାଚନ ମଣ୍ଡଳୀ ପାଇଁ ପୂର୍ବତନ ବିଧାୟକ ହୃଷୀକେଶ ନାୟକ, ତେଲକୋଇ ନିର୍ବାଚନ ମଣ୍ଡଳୀ ପାଇଁ ନିର୍ମଳ ନାୟକ, ସଦର ନିର୍ବାଚନ ମଣ୍ଡଳୀ ପାଇଁ ପ୍ରତିଭା ମଞ୍ଜରୀ ନାୟକ ଆଜି ନାମାଙ୍କନ ପତ୍ର ଦାଖଲ କରିଛନ୍ତି।

Share