Categories: ଜାତୀୟ

ପାର୍ଲାମେଣ୍ଟ କରିଡର୍‌ରେ ଏମ୍‌ପିଙ୍କ ଖସିଗଲା ଗୋଡ: ହସ୍ପିଟାଲ୍‌ରେ ଭର୍ତ୍ତି

ନୂଆଦିଲ୍ଲୀ,୩୦।୧୧: କଂଗ୍ରେସର ଲୋକ ସଭା ଏମ୍‌ପି କେ ସୁରେଶ ମଙ୍ଗଳବାର ପାର୍ଲାମେଣ୍ଟ କରିଡର୍‌ରେ ପଡି ଯାଇଛନ୍ତି । ଏହା ଦେଖି ସେଠାରେ ଥିବା କର୍ମଚାରୀ ଓ ସହଯୋଗୀମାନେ ତାଙ୍କୁ ତଳୁ ଉଠାଇଥିଲେ। ଏହାପରେ ତାଙ୍କୁ ପ୍ରାଥମିକ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଇଥିଲା। ପରେ ତାଙ୍କୁ ତୁରନ୍ତ ମନୋହର ଲୋହିଆ(ଆରଏମଏଲ) ହସ୍ପିଟାଲକୁ ନିଆଯାଇଛି।
ସୂଚନାଯୋଗ୍ୟ, ରାଜ୍ୟ ସଭାରେ ଥିବା ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖାଡେଗଙ୍କ ଚ୍ୟାମ୍ବରରୁ ବୈଠକ ସାରି ଫେରୁଥିବା ବେଳେ ତାଙ୍କ ସହ ଏପରି ଘଟିଛି। ସେ ଚ୍ୟାମ୍ବରରୁ ବାହାରି ତରବର ହୋଇ ଯାଉଥିବା ବେଳେ ହଠାତ୍‌ ତାଙ୍କ ଗୋଡ ଖସି ଯାଇଥିଲା। ଫଳରେ ସେ ପରିଡରରେ ପଡିଯାଇଥିଲେ।

Share