କରୋନା ଭ୍ୟାକ୍ସିନ ଯଦି ସୁରକ୍ଷିତ ତେବେ ମନ୍ତ୍ରୀଙ୍କୁ କାହିଁକି ଦିଆଯାଉ ନାହିଁ: କଂଗ୍ରେସ ନେତା

ନୂଆଦିଲ୍ଲୀ,୧୬ ।୧: ସାରା ଦେଶରେ କରୋନା ମହାମାରୀ ସହ ଲଢିବାକୁ ଶନିବାର ସକାଳୁ ଆରମ୍ଭ ହୋଇଛି ଟିକାକରଣ ପ୍ରକ୍ରିୟା । ଏହିକ୍ରମରେ ପ୍ରଥମ ପର୍ଯ୍ୟାୟରେ ସ୍ୱାସ୍ଥ୍ୟକର୍ମୀ, ଡାକ୍ତରଙ୍କୁ ସାମିଲ କରାଯାଇଛି । ତେବେ ଟିକାକରଣ ଆରମ୍ଭରୁ ପ୍ରଶ୍ନ ଉଠାଇଛି କଂଗ୍ରେସ । କଂଗ୍ରେସ ନେତା ମନିଷ ତିୱାରୀ କହିଛନ୍ତି ଯଦି କରୋନା ଭ୍ୟାକ୍ସିନ ସୁରକ୍ଷିତ ଯାହା ଦାବି କରାଯାଉଛି ତେବେ ମୋଦି ସରକାରଙ୍କ କୌଣସି ନେତାଙ୍କୁ ପ୍ରଥମେ କାହିଁକି ଏହି ଭ୍ୟାକ୍ସିନ ଦିଆଯାଉ ନାହିଁ । ସେ ଟୁଇଟ୍ କରି ଲେଖିଛନ୍ତି ଯେ ଦେଶରେ ଜରୁରୀ ପରିସ୍ଥିତିରେ କରୋନା ଟିକା ପ୍ରୟୋଗ ପାଇଁ ଅନୁମତି ମିଳିଛି ସତ ହେଲେ ଏହାର କୌଣସ ନୀତିଗତ ଢାଞ୍ଚା ନାହିଁ । ସେ ଆହୁରି ମଧ୍ୟ କହିଛନ୍ତି କୋଭାକ୍ସିନକୁ ଉଚିତ ପ୍ରକ୍ରିୟା ବିନା ମଞ୍ଜୁରୀ ପ୍ରଦାନ କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯଦି ଦାବି କରୁଛନ୍ତି ଏହା ସୁରକ୍ଷିତ ତେବେ ଏହା ପ୍ରଥମେ ତାଙ୍କର କୌଣସି ମନ୍ତ୍ରୀଙ୍କୁ କାହିଁକି ଦିଆଯାଉ ନାହିଁ ବୋଲି ତିୱାରୀ ପ୍ରଶ୍ନ କରିଛନ୍ତି ।

Share