Categories: ଜାତୀୟ

ମଙ୍ଗଳବାର ଅନାସ୍ଥା ପ୍ରସ୍ତାବ ଉପରେ ଚର୍ଚ୍ଚା କରିବେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ,୭।୮: କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଙ୍ଗଳବାର ଲୋକ ସଭାରେ ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା କରିବେ ବୋଲି ସମ୍ଭାବନା ରହିଛି। ଅଗଷ୍ଟ ୮ ରୁ ୧୦ ପର୍ଯ୍ୟନ୍ତ ଲୋକ ସଭାରେ ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା ହେବ। ତେବେ ଆଲୋଚନାର ଶେଷ ଦିନରେ ପ୍ରଧାନମନ୍ତ୍ରୀ ମୋଦି ଏହାର ଜବାବ ଦେଇପାରନ୍ତି। ମଣିପୁର ହିଂସା ପ୍ରସଙ୍ଗରେ ଆଲୋଚନା ଏବଂ ପ୍ରଧାନମନ୍ତ୍ରୀ ମୋଦିଙ୍କ ଜବାବ ଦାବି ନେଇ ବିରୋଧୀ ଭାରତ ସରକାରଙ୍କ ବିରୋଧରେ ଏକ ଅନାସ୍ଥା ପ୍ରସ୍ତାବ ଆଗତ କରିଥିଲା।

ଶୁକ୍ରବାର କଂଗ୍ରେସ ନେତା ରାହୁଲ ଗାନ୍ଧୀ ମୋଦି ଉପନାମ ସହ ଜଡିତ ମାନହାନି ମାମଲାରେ ସୁପ୍ରିମକୋର୍ଟଙ୍କଠାରୁ ଏକ ବଡ଼ ଆଶ୍ୱସ୍ତି ପାଇଛନ୍ତି। କୋର୍ଟ ତାଙ୍କ ୨ ବର୍ଷ ଦଣ୍ଡାଦେଶ ଉପରେ ରୋକ ଲଗାଇଛନ୍ତି। ଯାହା ପରେ ରାହୁଲ ଗାନ୍ଧୀ ତାଙ୍କର ସଂସଦର ସଦସ୍ୟତା ପଦ ଫେରିପାଇଛନ୍ତି।

Share