Categories: ଜାତୀୟ

ମୁଁ କିଛି କରିନାହିଁ, ତଥାପି ‘ଫାଶି ଦଣ୍ଡ’ ମିଳିଲା: କଂଗ୍ରେସ ଏମ୍‌ପି ରଜନୀ

ନୂଆଦିଲ୍ଲୀ,୧୦।୧: ଅବଶିଷ୍ଟ ବଜେଟ ଅଧିବେଶନ ଲାଗି କଂଗ୍ରେସ ଏମ୍‌ପି ରଜନୀ ପାଟିଲଙ୍କୁ ନିଲମ୍ବିତ କରାଯାଇଛି। ସେ ରାଜ୍ୟ ସଭାରେ ଗୃହ କାର୍ଯ୍ୟର ରେକର୍ଡ କରିଥିବା ଅଭିଯୋଗ ହୋଇଛି। ଏହି ପ୍ରସଙ୍ଗରେ ବେଳକୁ ବେଳ ରାଜନୈତିକ ଉଷ୍ଣତା ବୃଦ୍ଧି ପାଉଛି। କଂଗ୍ରେସ ଏହି କାର୍ଯ୍ୟାନୁଷ୍ଠାନକୁ ଅନ୍ୟାୟ ବୋଲି କହିଛି। ସେହିଭଳି ରଜନୀ ସ୍ପଷ୍ଟୀକରଣ ଦେଇ ନିଜକୁ ନିର୍ଦ୍ଦୋଶ ବୋଲି କହିଛନ୍ତି।

ରଜନୀ କହିଛନ୍ତି, ମୁଁ ସେଭଳି କିଛି କରିନାହିଁ। କିଛି କରି ନ ଥିଲେ ବି ମୋତେ ‘ଫାଶି’ ଦଣ୍ଡ ଦିଆଗଲା। ମୁଁ ସ୍ବାଧୀନତା ସଂଗ୍ରାମୀଙ୍କ ପରିବାରରୁ ଆସିଛି। ମୋର ସଂସ୍କୃତି ମୋତେ ନିୟମ ଉଲ୍ଲଂଘନ କରିବାକୁ ଦିଏ ନାହିଁ। ଏଭଳି କତା ସେ ଉଦ୍ଦେଶ୍ୟମୂଳକ ଭାବେ କରିନାହାନ୍ତି। ଏଣୁ ମୋତେ କଠୋର ଦଣ୍ଡ ଦେବା ଠିକ୍‌ ନୁହେଁ। ମୋର ନାମ ଜାଣିଶୁଣି ନିଆଯାଇଥିବାରୁ ଅପମାନିତ ଅନୁଭବ କରୁଛି ବୋଲି ସେ କହିଛନ୍ତି।

Share