Posted inଜାତୀୟ

ବାଂଲାଦେଶ ସଂଖ୍ୟାଲଘୁଙ୍କୁ କଂଗ୍ରେସ ଏମ୍‌ପିଙ୍କ ସମର୍ଥନ

ନୂଆଦିଲ୍ଲୀ,୧୮ା୧୨: ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ସମେତ ଅନେକ କଂଗ୍ରେସ ଏମ୍‌ପି ବାଂଲାଦେଶରେ ଅତ୍ୟାଚାରର ସମ୍ମୁଖୀନ ହୋଇଥିବା ହିନ୍ଦୁ ଓ ଖ୍ରୀଷ୍ଟିଆନ୍‌ମାନଙ୍କୁ ନ୍ୟାୟ ଦାବିରେ ମଙ୍ଗଳବାର ପାର୍ଲାମେଣ୍ଟ ଭବନ ପରିସରରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ‘ବାଂଲାଦେଶର ସଂଖ୍ୟାଲଘୁଙ୍କ ସହ ରହିଛୁ’ ଲେଖାଥିବା ହ୍ୟାଣ୍ଡବ୍ୟାଗ୍‌ ଧରି ସେମାନେ ବିକ୍ଷୋଭ କରିଥିଲେ। ପାଲେଷ୍ଟିନୀୟଙ୍କୁ ସମର୍ଥନ କରି ପ୍ରିୟଙ୍କା ସୋମବାର ପାଲେଷ୍ଟାଇନ୍‌ ଲେଖାଥିବା ବ୍ୟାଗ୍‌ ନେଇ ପାର୍ଲାମେଣ୍ଟ ଯାଇଥିବାବେଳେ ମଙ୍ଗଳବାର ବାଂଲାଦେଶ ସଂଖ୍ୟାଲଘୁଙ୍କ ସମର୍ଥନରେ ବ୍ୟାଗ୍‌ ନେଇଥିଲେ। ବାଂଲାଦେଶରେ ଅସୁବିଧାରେ ପଡ଼ିଥିବା ଲୋକଙ୍କୁ ସରକାର ସମର୍ଥନ ଯୋଗାଇ ଦିଅନ୍ତୁ ଓ ବାଂଲାଦେଶ ଅନ୍ତରୀଣ ସରକାରଙ୍କ ନିକଟରେ ପ୍ରସ୍ତାବ ଉଠାନ୍ତୁ ବୋଲି ସୋମବାର ଶୂନ୍ୟକାଳରେ ପ୍ରିୟଙ୍କା କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

‘ଏକ ଦେଶ ଏକ ନିର୍ବାଚନ’ ବିଲ୍‌ ଏବେ ବଢାଇବ ମୋଦି ସରକାରଙ୍କର ଟେନସନ

ନୂଆଦିଲ୍ଲୀ,୧୮।୧୨: ବିରୋଧୀ ଦଳର ଦୃଢ ବିରୋଧ ମଧ୍ୟରେ କେନ୍ଦ୍ର ସରକାର ଏକକାଳୀନ ଲୋକ ସଭା ଏବଂ ବିଧାନସଭା ନିର୍ବାଚନ କରିବାର ବ୍ୟବସ୍ଥା ସହିତ ମଙ୍ଗଳବାର ଲୋକ...

ହ୍ବିପ ଜାରି ପରେ ବି ନିଖୋଜ ଅଛନ୍ତି ଏମପି, ଜ୍ୟୋତିରାଦିତ୍ୟଙ୍କଠାରୁ ଗଡକରୀଙ୍କ ପର୍ଯ୍ୟନ୍ତ…, ଏବେ ହେବ ବଡ଼ ଆକ୍ସନ!

ନୂଆଦିଲ୍ଲୀ,୧୮।୧୨: ମଙ୍ଗଳବାର ଲୋକ ସଭାରେ ‘ଓ୍ବାନ ନେଶନ- ଓ୍ବାନ ଇଲେକ୍ସନ’ ଉପରେ ଏକ ବିତର୍କ ହେବାର ଥିଲା ଏବଂ ଏଥିପାଇଁ ଭାଜପା ଏହାର ସମସ୍ତ ଏମପିଙ୍କୁ...

ଅବସର ପ୍ରାପ୍ତ ଡିଏସପିଙ୍କ ଘରେ ଲାଗିଲା ନିଆଁ, ୬ ମୃତ

କଠୁଆ,୧୮।୧୨: ଜମ୍ମୁ କଠୁଆ ଜିଲାର ଶିବନଗରରେ ଏକ ଘରେ ନିଆଁ ଲାଗିଯାଇଛି। ଏହି ଦୁର୍ଘଟଣାରେ ୬ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏହି ସମୟରେ ୪ଜଣଙ୍କୁ...

ମଣିପୁରରୁ ଷ୍ଟାରଲିଙ୍କ ଉପଗ୍ରହ ଇଣ୍ଟରନେଟ ଉପକରଣ ଜବତ

ଇମ୍ଫାଲ,୧୮।୧୨: ମଣିପୁରର କେରୋ ଖୁନାଓରେ ଉଗ୍ରବାଦୀ ଗୋଷ୍ଠୀ ପିପୁଲ୍ସ ଲିବରେସନ ଆର୍ମି (ପିଏଲଏ) ଦ୍ୱାରା ବ୍ୟବହୃତ ହୋଇଥିବା ଅଭିଯୋଗରେ ଭାରତୀୟ ସୁରକ୍ଷା ବାହିନୀ ଷ୍ଟାରଲିଙ୍କ ଉପଗ୍ରହ...

ଜେ.ପି. ନଡ୍ଡାଙ୍କ ସ୍ଥାନ ନେବେ କିଏ? ଫେବୃୟାରୀରେ ହୋଇଯିବ ସ୍ପଷ୍ଟ

ନୂଆଦିଲ୍ଲୀ,୧୮ା୧୨(ପି.ଟି.):ଭାଜପାର ନୂଆ ରାଷ୍ଟ୍ରୀୟ ଅଧ୍ୟକ୍ଷ ଫେବୃଆରୀ ଶେଷ ସୁଦ୍ଧା ନିର୍ବାଚିତ ହୋଇପାରନ୍ତି ବୋଲି ଦଳର ଜଣେ ବରିଷ୍ଠ କାର୍ଯ୍ୟକର୍ତ୍ତା ସୂଚନା ଦେଇଛନ୍ତି। ବର୍ତ୍ତମାନର ରାଷ୍ଟ୍ରୀୟ ଅଧ୍ୟକ୍ଷ...

ଫଡ୍‌ନବିସଙ୍କୁ ଭେଟିଲେ ଉଦ୍ଧବ: ବଢୁଛି ଚର୍ଚ୍ଚା

ନାଗପୁର, ୧୮।୧୨:ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ଦଳର ଘୋର ବିପର୍ଯ୍ୟୟ ପରେ ଶିବସେନା (ୟୁବିଟି) ନେତା ଉଦ୍ଧବ ଠାକ୍‌ରେ ମଙ୍ଗଳବାର ନାଗପୁର ବିଧାନ ଭବନଠାରେ ପ୍ରଥମ ଥର...

ନାବାଳକଙ୍କୁ ୧୭ ଖଣ୍ଡ କରି ପୋତିଦେଲେ

ଲକ୍ଷ୍ନୌ,୧୮ା୧୨: ଉତ୍ତରପ୍ରଦେଶରେ ଜଣେ ୧୫ ବର୍ଷର ବାଳକ କ୍ଷେତରେ କାମ କରୁଥିବାବେଳେ ହାର୍ଭେଷ୍ଟରରେ ଫସିଯାଇ ପ୍ରାଣ ହରାଇଥିଲେ। ତଙ୍କର ଶରୀର ୧୭ ଖଣ୍ଡ ହୋଇଥିବାବେଳେ ଅପରାଧ...

୨୦୨୫ରେ ପୁନର୍ଗଠନ ହେବ ଏନ୍‌ଟିଏ

ନୂଆଦିଲ୍ଲୀ,୧୮ା୧୨(ପି.ଟି.): ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ) ୨୦୨୫ରୁ ସବୁ ନିଯୁକ୍ତି ପରୀକ୍ଷା ପରିଚାଳନା କରିବ ନାହିଁ। ଏହା କେବଳ ଉଚ୍ଚତର ଶିକ୍ଷା ପ୍ରବେଶିକା ପରୀକ୍ଷା ଉପରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri