Categories: ଜାତୀୟ

ଲୋକ ସଭାରୁ ଆଉ ୩ ଏମ୍‌ପି ନିଲମ୍ବିତ, ଏ ପର୍ଯ୍ୟନ୍ତ ୧୪୬ ଏମ୍‌ପିଙ୍କ ବିରୋଧରେ ହୋଇଛି କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ,୨୧।୧୨: ଲୋକ ସଭାରୁ ଆଉ ୩ ଏମ୍‌ପିଙ୍କୁ ନିଲମ୍ବିତ କରାଯାଇଛି। ଲୋକ ସଭା ବାଚସ୍ପତି ଗୃହକୁ ଅବମାନନା କରିବାକୁ ନେଇ ଚଳିତ ଶୀତକାଳୀନ ଅଧିବେଶନରୁ କଂଗ୍ରେସ ଏମ୍‌ପି ନକୁଳନାଥ, ଡି.କେ ସୁରେଶ ଏବଂ ଦୀପକ ବୈଜ୍‌ଙ୍କୁ ନିଲମ୍ବିତ କରିଛନ୍ତି। ଏହା ସହିତ ନିଲମ୍ବିତ ଏମ୍‌ପିଙ୍କ ସଂଖ୍ୟା ୧୪୬କୁ ବୃଦ୍ଧି ପାଇଛି ।

ଏମ୍‌ପିଙ୍କ ନିଲମ୍ବନ ପ୍ରକ୍ରିୟା ଡିସେମ୍ବର ୧୪ରେ ଆରମ୍ଭ ହୋଇଥିଲା, ଯେତେବେଳେ ବିରୋଧୀ ଏମ୍‌ପିମାନେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ସଂସଦର ସୁରକ୍ଷା ଉଲ୍ଲଂଘନ ସମ୍ପର୍କରେ ବିବୃତ୍ତି ଦାବି କରିଥିଲେ।

Share