Advertisement

ବରୀରେ ଦେବାଶିଷ ନାୟକ ହେଲେ କଂଗ୍ରେସ ପ୍ରାର୍ଥୀ

ଭୁବନେଶ୍ୱର, ୫।୫: ରବିବାର ପାଞ୍ଚ ବିଧାନସଭା ଆସନରେ ପ୍ରାର୍ଥୀ ବଦଳିଛି କଂଗ୍ରେସ। ବରୀରେ ଆରତୀ ଦେଓଙ୍କ ସ୍ଥାନରେ ଦେବାଶିଷ ନାୟକଙ୍କୁ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ। ଦଳରେ ଯୋଗ ଦେବାର ଗୋଟିଏ ଦିନ ପରେ କଂଗ୍ରେସ ତାଙ୍କୁ ପ୍ରାର୍ଥୀ ଘୋଷଣା କରିଛି।

ଗତ ୨୦୦୦ ମସିହାରୁ ଲଗାତାର ଭାବେ ବିଜୁ ଜନତା ଦଳରୁ ର୍ନିବାଚନ ଲଢ଼ି ୪ ଥର ବିଧାୟକ ଭାବେ ର୍ନିବାଚିତ ହେବା ଓ ମନ୍ତ୍ରୀ ପଦ ହାତେଇଥିବା ଦେବାଶିଷ ନାୟକ ଶନିବାର ଆନୁଷ୍ଠାନିକ ଭାବେ ଜାତୀୟ କଂଗ୍ରେସ ଦଳରେ ଯୋଗ ଦେଇଥିଲେ।

ଗତ ୨୦୧୯ ସାଧାରଣ ର୍ନିବାଚନରେ ତାଙ୍କୁ ଶାସକ ଦଳ ତରଫରୁ ପ୍ରାର୍ଥୀ କରା ନ ଯାଇ ବରୀ ବ୍ଲକ ଅଧକ୍ଷା ସୁନନ୍ଦା ଦାସଙ୍କୁ ର୍ନିବାଚନକୁ ଓହ୍ଲାଇ ସଫଳତା ପାଇଥିଲା। ଦୀର୍ଘ ଦିନର ନୀରବତା ପରେ ନାୟକ ଦଳୀୟ ଟିକେଟ ଆଶାରେ ଭାଜପାରେ ଯୋଗ ଦେବା ଓ ପରବର୍ତ୍ତୀ ଅବସ୍ଥାରେ ବିଜେପି ଉମେଶ ଜେନାଙ୍କୁ ବରୀ ର୍ନିବାଚନ ମଣ୍ଡଳୀରୁ ପ୍ରାର୍ଥୀ କରିବା ପରେ ସେ ନିରାଶ ହୋଇ କଂଗ୍ରେସରେ ଯୋଗ ଦେଇଥିଲେ। ଏବେ କଂଗ୍ରେସ ଆରତୀ ଦେଓଙ୍କୁ ବଦଳ କରି ଦେବାଶିଷଙ୍କୁ ପ୍ରାର୍ଥୀ ଘୋଷଣା କରିଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share