Categories: ଜାତୀୟ

ତୁଟୁନି କଂଗ୍ରେସର କଳି, ରାଗିଗଲେ ଆନନ୍ଦ ଶର୍ମା

ନୂଆଦିଲ୍ଲୀ,୩ ।୨: କଂଗ୍ରେସର ଆଭ୍ୟନ୍ତରୀଣ କଳହ ଏବେବି ଜାରି ରହିଛି । ରାଜ୍ୟ ସଭାରେ ଦଳର ଉପନେତା ଆନନ୍ଦ ଶର୍ମା ରାଗି ଯାଇଥିବା ଜଣାପଡିଛି । ସେ ଦଳ ପକ୍ଷରୁ ରାଷ୍ଟ୍ରପତିଙ୍କ ଅଭିଭାଷଣକୁ ନେଇ ଆଲୋଚନାରେ ଭାଗ ନେବାକୁ ଚାହୁଁ ନ ଥିଲେ । ଦଳ ନେତାଙ୍କ ସୂଚନା ଅନୁସାରେ ରାଜ୍ୟ ସଭାରେ କଂଗ୍ରେସକୁ ରାଷ୍ଟ୍ରପତିଙ୍କ ଅଭିଭାଷଣକୁ ନେଇ କହିବାକୁ ୧୦୯ ମିନିଟର ସମୟ ଦିଆଯାଇଥିଲା । ଏଥିରୁ ପାଖାପାଖି ୧ଘଣ୍ଟା ସମୟ ବିରୋଧି ଦଳ ନେତା ମଲ୍ଲିକାର୍ଜୁନ ଖଡଗେ ନେଇ ଯାଇଥିଲେ । ସେଥିପାଇଁ ଆନନ୍ଦ ଶର୍ମା ରାଗି ଯାଇଥିଲେ । ହେଲେ ଏବେ ତାଙ୍କୁ ବୁଝାଇବାକୁ ଚେଷ୍ଟା କରାଯାଉଛି । ଦଳୀୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଖଡଗେଙ୍କୁ ଅଧ ଘଣ୍ଟାରେ ଭାଷଣ ଶେଷ କରିବାକୁ ସମୟ ଦିଆଯାଇଥିଲା । ସେହିପରି ଆନନ୍ଦ ଶର୍ମା ୨୫ ମିନିଟରେ ତାଙ୍କ ମତ ଦେବାକୁ କୁହାଯାଇଥିଲା । ଏପରି ହେବା ଦ୍ୱାରା ଅନ୍ୟ ଦଳର ଏମପିମାନେ ସେମାନଙ୍କ ମତ ରଖିପାରିବେ । ସଂସଦରେ ରଣନୀତି ସ୍ଥିର କରିବାକୁ ହୋଇଥିବା ବୈଠକରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ କହିଥିଲେ ସଂସଦରେ ନିର୍ଦ୍ଧାରିତ ସମୟ ମଧ୍ୟରେ ସମସ୍ତେ ସମସ୍ତଙ୍କ ଭାଷର ଦେବେ । ଯାହା ଫଳରେ ଅନ୍ୟ ନେତାଙ୍କୁ ସୁଯୋଗ ମିଳିବ ।

 

Share