Posted inଜାତୀୟ

କଂଗ୍ରେସର ଅଫିସିଆଲ ଟୁଇଟର ଆକାଉଣ୍ଟ ବନ୍ଦ

ନୂଆଦିଲ୍ଲୀ,୧୨।୮: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସମେତ ଅନ୍ୟ ବରିଷ୍ଠ ନେତାଙ୍କ ପରେ ଏବେ ଟୁଇଟର କଂଗ୍ରେସର ଅଫିସିଆଲ ଆକାଉଣ୍ଟକୁ ମଧ୍ୟ ବନ୍ଦ କରିଦେଇଛି। ଏନେଇ ଗୁରୁବାର କଂଗ୍ରେସ ଅଭିଯୋଗ ଆଣିଛି। ଏଥିସହ ଫେସ୍‌ବୁକ ଓ ଇନ୍‌ଷ୍ଟାଗ୍ରାମ ଜରିଆରେ କଂଗ୍ରେସ ଏନେଇ ସୂଚନା ଦେବା ସହ ଉକ୍ତ ମ୍ୟାସେଜର ସ୍କ୍ରିନ୍‌ଶଟ୍‌କୁ ପୋଷ୍ଟ କରିଛି। ଏଥିସହ କ୍ୟାପସନ୍‌ରେ ଲେଖାଯାଇଛି, ଯେତେବେଳେ ଆମର ନେତାମାନଙ୍କୁ ଜେଲରେ ରଖାଯାଇଥିଲା ସେତେବେଳେ ଭୟଭୀତ ହୋଇ ନ ଥିଲୁ। ବର୍ତ୍ତମାନ ଟୁଇଟର ଆକାଉଣ୍ଟ ବନ୍ଦ କରିବାକୁ କାହିଁକି ଭୟ କରିବୁ? ଆମେ କଂଗ୍ରେସ, ଜନତାଙ୍କ ବାର୍ତ୍ତା, ଆମେ ଲଢ଼ିଛୁ ଏବଂ ଲଢ଼ୁଥିବୁ। ଯଦି ବଳାତ୍କାର ପୀଡ଼ିତାଙ୍କୁ ନ୍ୟାୟ ଦେବା ପାଇଁ ସ୍ବର ଉତ୍ତୋଳନ କରିବା ଅପରାଧ, ତେବେ ଆମେ ଏହି ଅପରାଧକୁ ଶହେ ଥର କରିବୁ। ଜୟ ହିନ୍ଦ୍‌ … ସତ୍ୟମେବ ଜୟତେ। ସୂଚନାଯୋଗ୍ୟ, ବୁଧବାର ବିଳମ୍ବିତ ରାତିରେ ରଣଦୀପ ସୁର୍ଜେୱାଲାଙ୍କ ସମେତ ୫ଜଣ ବରିଷ୍ଠ ନେତାଙ୍କ ଆକାଉଣ୍ଟ ବିରୋଧରେ ଟୁଇଟର ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ବୋଲି କଂଗ୍ରେସ ଦାବି କରିଛି। ଅଲ୍‌ ଇଣ୍ଡିଆ କଂଗ୍ରେସ କମିଟି(ଏଆଇସିସି)ର ସାଧାରଣ ସଚିବ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅଜୟ ମାକେନ, ଜିତେନ୍ଦ୍ର ସିଂ ଅଲଓ୍ବର, ମାନିକାମ ଟାଗୋର ଓ ସୁସ୍ମିତା ଦେବଙ୍କ ଟୁଇଟର ଆକାଉଣ୍ଟକୁ ବନ୍ଦ ରଖାଯାଇଛି। ନିୟମ ଉଲ୍ଲଂଘନ ଅଭିଯୋଗରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ବୋଲି ସୋସିଆଲ ମିଡିଆ କମ୍ପାନୀ ଟୁଇଟର ପକ୍ଷରୁ କୁହାଯାଇଛି। ତେବେ ଏହାପୂର୍ବରୁ ରାହୁଲ ଗାନ୍ଧୀଙ୍କ ଆକାଉଣ୍ଟକୁ ମଧ୍ୟ ସାମୟିକ ଭାବେ ବନ୍ଦ ରଖାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ AIIMS ରେ ଭର୍ତ୍ତି

ନୂଆଦିଲ୍ଲୀ,୨୬ା୧୨:ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ AIIMS ରେ ଭର୍ତ୍ତି।

ପ୍ରେମିକାଙ୍କୁ ନିଜ ହାତରେ ହାଣି ହତ୍ୟା କଲା ପରେ ଏମିତି କଲେ ପ୍ରେମିକ

ଗୁଆହାଟି,୨୬ା୧୨: ସମଗ୍ର ଭାରତରେ ଏବେ ପ୍ରେମ ସମ୍ପର୍କକୁ ନେଇ ହତ୍ୟାକାଣ୍ଡର ଖବର ଆସିବା ଲାଗି ରହିଛି। ଗୁରୁବାର ସମାନ ଘଟଣାରେ ଆସାମ ରାଜଧାନୀ ଗୁଆହାଟୀରେ ଜଣେ...

CWC ବୈଠକରେ ପହଞ୍ଚିଲେ ନାହିଁ ସୋନିଆ-ପ୍ରିୟଙ୍କା, ଜାଣନ୍ତୁ ଏହାର କାରଣ

ନୂଆଦିଲ୍ଲୀ,୨୬।୧୨: କଂଗ୍ରେସର ପୂର୍ବତନ ସଭାପତି ସୋନିଆ ଗାନ୍ଧୀ କର୍ନାଟକର ବେଲାଗାଭିରେ ଅନୁଷ୍ଠିତ କଂଗ୍ରେସ ୱାର୍କିଂ କମିଟି (ସିଡବ୍ଲୁସି) ବୈଠକରେ ଯୋଗ ଦେଇନଥିଲେ। ସ୍ବାସ୍ଥ୍ୟଗତ କାରଣରୁ ସେ...

ପତ୍ନୀଙ୍କ ଦେଖାଶୁଣା ପାଇଁ ନେଇଥିଲେ ଭିଆର୍‌ଏସ୍‌, ହେଲେ ଅବସର ଦିନ ଚାଲିଗଲେ ସେ; ଭାବବିହ୍ବଳ କରୁଛି Video

କୋଟା,୨୬।୧୨: କଥାରେ ଅଛି ଦୁଇ ଘଡ଼ିର ଜୀବନ। ମନୁଷ୍ୟ ଭବିଷ୍ୟତକୁ ନେଇ ଅନେକେ ଯୋଜନା କରିଥାଏ ସତ। ହେଲେ ସେସବୁ ପୂରଣ ହେବ କି ନା...

ପୁରୁଷଙ୍କ ତୁଳନାରେ ଅଧିକ ମହିଳା ଦେଇଛନ୍ତି ଭୋଟ…ଲୋକ ସଭା ନିର୍ବାଚନର ସମ୍ପୂର୍ଣ୍ଣ ଡାଟା ଶେୟାର କଲେ ଇସି

ନୂଆଦିଲ୍ଲୀ,୨୬।୧୨: ଚଳିତ ବର୍ଷ ଦେଶରେ ଅନୁଷ୍ଠିତ ଲୋକ ସଭା ନିର୍ବାଚନ ସମ୍ପର୍କରେ କେନ୍ଦ୍ରୀୟ ନିର୍ବାଚନ ଆୟୋଗ ଏକ ବିସ୍ତୃତ ତଥ୍ୟ ଉପସ୍ଥାପନ କରିଛନ୍ତି। ଏହି ତଥ୍ୟ...

ଏକଲବ୍ୟଙ୍କ ପରି ଯୁବବର୍ଗଙ୍କ ଆଙ୍ଗୁଠି କାଟି ଦିଆଯାଉଛି: BPSC ପେପର ଲିକକୁ ନେଇ ଏମିତି କହିଲେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ,୨୬।୧୨: ଡିସେମ୍ବର ୧୩ରେ ବିହାର ଲୋକସେବା ଆୟୋଗ (ବିପିଏସସି) ଦ୍ୱାରା କରାଯାଇଥିବା ମିଳିତ ପ୍ରାଥମିକ ପରୀକ୍ଷା ବାତିଲ କରିବାକୁ ଦାବି କରିଥିବା ପ୍ରଦର୍ଶନକାରୀଙ୍କ ଉପରେ ଲାଟିଚାର୍ଜ...

ପାଣି ଉପରେ କବ୍‌ଜା କରିବ ଚାଇନା! ତିବ୍ବତରେ ନିର୍ମାଣ କରିବ ବିଶ୍ୱର ସର୍ବବୃହତ୍ତ ହାଇଡ୍ରୋ ପାଓ୍ବାର ପ୍ରୋଜେକ୍ଟ

ବେଜିଂ/ନୂଆଦିଲ୍ଲୀ,୨୬।୧୨: ଚାଇନା ବିଶ୍ୱର ବୃହତ୍ତମ ଜଳ ବିଦ୍ୟୁତ ବନ୍ଧ ବା ହାଇଡ୍ରୋପାଓ୍ବାର ପ୍ରକଳ୍ପକୁ ଅନୁମୋଦନ କରିଛି। ଏହି ବନ୍ଧଟି ତିବ୍ଦତୀୟ ମାଳଭୂମିର ପୂର୍ବ ଭାଗରେ ନିର୍ମାଣ...

ଭାରତର ଶତ୍ରୁ ମାସୁଦ ଅଜହରଙ୍କୁ ହାର୍ଟ ଆଟାକ୍‌, ଜାଣନ୍ତୁ କେଉଁଠି ଥିଲେ ସେ, ଏବେ କେଉଁଠି ହୋଇଛନ୍ତି ଭର୍ତ୍ତି?

ଭାରତର ଶତ୍ରୁ ମାସୁଦ ଅଜହରଙ୍କୁ ହାର୍ଟ ଆଟାକ୍‌, ଜାଣନ୍ତୁ କେଉଁଠି ଥିଲେ ସେ, ଏବେ କେଉଁଠି ହୋଇଛନ୍ତି ଭର୍ତ୍ତି? ନୂଆଦିଲ୍ଲୀ,୨୬।୧୨: ଭାରତର ଶତ୍ରୁ ମାସୁଦ ଅଜହରଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri