Categories: ଜାତୀୟ

ମହାମାରୀ ପରିଚାଳନାରେ ବିଫଳତା ସ୍ବୀକାର କଲା ମୋଦି ସରକାର

ନୂଆଦିଲ୍ଲୀ,୭।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ ପୂର୍ବରୁ ରାଷ୍ଟ୍ରପତି ରାମନାଥ କୋଭିନ୍ଦଙ୍କୁ ଇସ୍ତଫା ପତ୍ର ହସ୍ତାନ୍ତର କରିଥିଲେ ପୂର୍ବତନ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନ। ଏହାକୁ କେନ୍ଦ୍ର କରି ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱାଧୀନ କେନ୍ଦ୍ର ସରକାରକୁ ସମାଲୋଚନା କରିଛନ୍ତି କଂଗ୍ରେସ ନେତା ତଥା ରାଜ୍ୟସଭା ଏମ୍‌ପି ପି. ଚିଦାମ୍ବରମ।

”କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଓ ସ୍ବାସ୍ଥ୍ୟବିଭାଗର ରାଷ୍ଟ୍ର ମନ୍ତ୍ରୀଙ୍କ ଇସ୍ତଫା ହେଉଛି, ମୋଦି ସରକାର
ମହାମାରୀ ପରିଚାଳନା କ୍ଷେତ୍ରରେ ବିଫଳତାକୁ ଖୋଲାଖୋଲି ସ୍ବୀକାର କରିଛନ୍ତି“ ବୋଲି ଚିଦାମ୍ବରମ ଟୁଇଟ୍‌ କରି ଲେଖିଛନ୍ତି। ଏହି ଟୁଇଟ୍‌କୁ ରିଟୁଇଟ୍‌ କରି ଲେଖିଛନ୍ତି, ଏହି ସବୁ ଇସ୍ତଫା ହେଉଛି ମନ୍ତ୍ରୀମାନଙ୍କ ପାଇଁ ଏକ ବଡ଼ ଶିକ୍ଷା। ଯଦି ସବୁ କିଛି ଠିକ୍‌ ଚାଲେ, ତେବେ ପ୍ରଧାନମନ୍ତ୍ରୀ ମୋଦି ତା’ର ଶ୍ରେୟ ନେବେ। ବିଫଳ ହେଲେ ମନ୍ତ୍ରୀଙ୍କ ମୁଣ୍ଡରେ ଲଦିଯାଏ ଦୋଷ। ଅବିଶ୍ୱସନୀୟ ସେବା ପାଇଁ ଜଣେ ମନ୍ତ୍ରୀଙ୍କୁ ଏହି ମୂଲ୍ୟ ମିଳେ।

Share