Categories: ଜାତୀୟ

କଂଗ୍ରେସ ପାଣ୍ଡବ-ଭାଜପା କୌରବ, କହିଲେ ରାହୁଲ…

ଦ୍ୱାରକା, ୨୬।୨ : ଗୁଜରାଟର ଦ୍ୱାରକାଠାରେ କଂଗ୍ରେସ ପକ୍ଷରୁ ଆୟୋଜିିତ ଚିନ୍ତନ ଶିବିରରେ ରାହୁଲ ଗାନ୍ଧୀ ଯୋଗଦେଇ ଭାଜପା ଉପରେ ବର୍ଷିଛନ୍ତି। ସେ କହିଛନ୍ତି ଯେ, ଭାଜପା ଜାଣିଶୁଣି କଂଗ୍ରେସକର୍ମୀଙ୍କୁ ନିଜ ଆଡ଼କୁ କରିବାରେ ଲାଗିଛି। ତେବେ ସତ୍ୟଯୁଦ୍ଧରେ କଂଗ୍ରେସ ପାଣ୍ଡବ ଭାବେ ଛିଡ଼ା ହୋଇଛି। ଅପରପକ୍ଷରେ ଭାଜପା କୌରବ ସେନାର ଭାବେ ଲଢ଼େଇ କରୁଛି। ତେବେ ଭାଜପା ଏଥିରେ ଆଉ ସଫଳ ହେବ ନାହିଁ।

ତେଣୁ କଂଗ୍ରେସକର୍ମୀମାନେ ଏକ ଲକ୍ଷ୍ୟ ଉପସ୍ଥାପନ କରି ରାଜ୍ୟର ଲୋକଙ୍କ ପାଖରେ କଂଗ୍ରେସ ସେମାନଙ୍କ ପାଇଁ କ’ଣ କରିବାକୁ ଚାହୁଁଛି ସେନେଇ ସଚେତନତା ବାର୍ତ୍ତା ପହଞ୍ଚାନ୍ତୁ। କଂଗ୍ରେସରେ ଯୋଗାଯୋଗରେ ବାଧା ସୃଷ୍ଟି ହୋଇଥିବା ରାହୁଲ କହିଛନ୍ତି। କର୍ମୀମାନେ ତୃଣମୂଳସ୍ତରରେ ଦିନରାତି ଏକ କରି ୨୪ ଘଣ୍ଟା ଖଟୁଛନ୍ତି। ତେବେ କେତେକ କେବଳ ଏସି ରୁମ୍‌ରେ ବସି ଭାଷଣ ଦେଉଛନ୍ତି। ଫଳରେ କାମ କରୁଥିବା ଏବଂ କହୁଥିତ୍ବା ଲୋକଙ୍କ ମଧ୍ୟରେ ଦୂରତା ସୃଷ୍ଟି ହେଉଛି।

ସତ୍ୟଯୁଦ୍ଧରେ ୪ ଅବା ୫ ଜଣ ଲୋକଙ୍କ ଆବଶ୍ୟକତା ପଡ଼ିଥାଏ। ଏହା ମହାଭାରତ ଯୁଦ୍ଧରୁ ସହଜରେ ଅନୁମେୟ। ଏହା ସହିତ ଭାଜପାକୁ ଟାର୍ଗେଟ୍‌ କରି ସେ କହିଛନ୍ତି, ଗୁଜରାଟ ମଡେଲ ସମ୍ପର୍କରେ ଶାସକ ଦଳ କହୁଛନ୍ତି। କିନ୍ତୁ କରୋନା ମହାମାରୀ ସମୟରେ ବେଡ୍‌ ଏବଂ ଅକ୍ସିଜେନ୍‌ ସିଲିଣ୍ଡରର ଅଭାବ କାହିଁକି ସୃଷ୍ଟି ହେଲା ବୋଲି ସେ ପ୍ରଶ୍ନ କରିଛନ୍ତି।

Share