Categories: ଜାତୀୟ

ଆଜି ୟୁସିସି ଉପରେ କଂଗ୍ରେସର ସଂସଦୀୟ କମିଟିର ବୈଠକ: ଅଧ୍ୟକ୍ଷତା କରିବେ ସୋନିଆ ଗାନ୍ଧୀ

ନୂଆଦିଲ୍ଲୀ,୧।୭: ଭାରତର ଆଇନ ଆୟୋଗର ବିଜ୍ଞପ୍ତି ପରେ ସମଗ୍ର ଦେଶରେ ୟୁନିଫର୍ମ ସିଭିଲ କୋର୍ଡ (ୟୁସିସି)ଉପରେ ଚର୍ଚ୍ଚା ଆରମ୍ଭ ହୋଇଛି। ଏଭଳି ପରିସ୍ଥିତିରେ ଦେଶର ସର୍ବ ପୁରାତନ ରାଜନୈତିକ ଦଳ କଂଗ୍ରେସର ଷ୍ଟାଣ୍ଡ କ’ଣ ହେବ ସେନେଇ କଳ୍ପନାଜଳ୍ପନା କରାଯାଉଥିଲା। ଏଭଳି ପରିସ୍ଥିତିରେ ସୋନିଆ ଗାନ୍ଧୀଙ୍କ ଅଧ୍ୟକ୍ଷତାରେ କଂଗ୍ରେସ ସଂସଦୀୟ କମିଟି ବୈଠକ ଶନିବାର ସନ୍ଧ୍ୟା ୫ଟାରେ ୧୦ ଜନପଥରେ ବସିବ।

Share