Categories: ଜାତୀୟ

ପୁଣି ସାମ୍ନାକୁ ଆସିଲା କଂଗ୍ରେସର ଦଳକନ୍ଦଳ: ଥରୁରଙ୍କୁ ସମାଲୋଚନା କଲେ ମିସ୍ତ୍ରୀ

ନୂଆଦିଲ୍ଲୀ,୨୦।୧୦: କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନରେ ପରାଜିତ ହୋଇଥିବା ଶଶୀ ଥରୁରଙ୍କୁ କଂଗ୍ରେସ କେନ୍ଦ୍ରୀୟ ନିର୍ବାଚନ କର୍ତ୍ତୃପକ୍ଷର ଅଧ୍ୟକ୍ଷ ମଧୁସୂଦନ ମିସ୍ତ୍ରି ଗୁରୁବାର ସମାଲୋଚନା କରିଛନ୍ତି। ଥରୁର ଦୋମୁହାଁ ନୀତି ଅବଲମ୍ବନ କରୁଥିବା ସେ ଅଭିଯୋଗ କରିଛନ୍ତି। ତାଙ୍କ ଟିମ୍‌ ଦଳର ନିର୍ବାଚନ କର୍ତ୍ତୃପକ୍ଷଙ୍କୁ ଗୋଟିଏ କଥା ଓ ଗଣମାଧ୍ୟମକୁ ଆଉ ଗୋଟିଏ କଥା କହୁଥିବା ମିସ୍ତ୍ରି ଅଭିଯୋଗ କରିଛନ୍ତି। ଏଆଇସିସି ଅଧ୍ୟକ୍ଷ ନିର୍ବାଚନରେ ଅନିୟମିତତା ଅଭିଯୋଗକୁ ମିସ୍ତ୍ରୀ ଖଣ୍ଡନ କରିଛନ୍ତି। ଉତ୍ତରପ୍ରଦେଶରେ ନିର୍ବାଚନ ପରିଚାଳନାରେ ବ୍ୟାପକ ଅନିୟମିତତା ହୋଇଥିବା ଥରୁରଙ୍କ ଟିମ୍‌ ଅଭିଯୋଗ ଆଣିଥିଲେ। ପ୍ରତ୍ୟେକ ଅଭିଯୋଗ ଉପରେ ନିର୍ବାଚନ କର୍ତ୍ତୃପକ୍ଷ ସମସ୍ତ ପ୍ରାର୍ଥୀଙ୍କୁ ସନ୍ତୁଷ୍ଟ କରିଥିବା ବେଳେ ଥରୁରଙ୍କ ଟିମ୍‌ ଆମ ଦୃଷ୍ଟି ଆକର୍ଷଣ କରିବା ପରିବର୍ତ୍ତେ ଗଣମାଧ୍ୟମରେ ଅଭିଯୋଗ କରିଥିବା ମିସ୍ତ୍ରି କହିଛନ୍ତି। ସେ ଥରୁରଙ୍କ ମୁଖ୍ୟ ନିର୍ବାଚନ ଏଜେଣ୍ଟ ସଲମାନ ସୋଜ୍‌ଙ୍କୁ ପତ୍ର ଲେଖି ଅସନ୍ତୋଷ ଜଣାଇଛନ୍ତି।

Share