Categories: ଜାତୀୟ

ତ୍ରିପୁରାର କାର୍ଯ୍ୟକାରୀ ସଭାପତିଙ୍କୁ ବହିଷ୍କାର କଲା କଂଗ୍ରେସ

ଅଗରତାଲା,୨୪।୮: ତ୍ରିପୁରା କଂଗ୍ରେସର କାର୍ଯ୍ୟକାରୀ ସଭାପତି ବିଲାଲ ମିୟାଁ ତାଙ୍କ ପଦରୁ ଇସ୍ତଫା ଦେବା ପରେ ତୁରନ୍ତ ତାଙ୍କୁ ଦଳରୁ ବହିଷ୍କାର କରାଯାଇଛି। ଏବେ ସେ ଭାଜପାରେ ଯୋଗଦେବେ ବୋଲି କୁହାଯାଉଛି।

ମିୟାଁ ଇସ୍ତଫା ଦେବା ପରେ ଦଳ ବିରୋଧୀ କାର୍ଯ୍ୟକଳାପ ପାଇଁ ୬ ବର୍ଷ ପାଇଁ କଂଗ୍ରେସରୁ ବହିଷ୍କାର କରାଯାଇଛି ବୋଲି ଦଳର ଜଣେ ନେତା କହିଛନ୍ତି। ନିକଟରେ ବରିଷ୍ଠ ମନ୍ତ୍ରୀ ରତନ ଲାଲ ନାଥ ଏବଂ ସୁଶାନ୍ତ ଚୌଧୁରୀ ମିୟାଁଙ୍କୁ ତାଙ୍କ ବାସଭବନରେ ଭେଟିଥିଲେ ଏବଂ ଯାହା ପରେ ତାଙ୍କୁ ବହିଷ୍କାର କରାଯାଇଛି।

ସୂଚନାଯୋଗ୍ୟ, ପୂର୍ବତନ ରାଜ୍ୟ ମନ୍ତ୍ରୀ ମିୟାଁ ଦଳରୁ ଇସ୍ତଫା ଦେଇଛନ୍ତି। ମିଆଁ ବୁଧବାର କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେଙ୍କୁ ଲେଖିଥିବା ଚିଠିରେ କହିଛନ୍ତି, ଗତ ୪୪ ବର୍ଷ ଧରି ଭାରତୀୟ ଜାତୀୟ କଂଗ୍ରେସ ମୋର ଘର ରହିଆସିଛି ଏବଂ ଏହି ସମୟ ମଧ୍ୟରେ ମୁଁ ବିଭିନ୍ନ ପଦବୀରେ ରହି ଦଳ ସେବା କରିଛି। ବର୍ତ୍ତମାନ ମୁଁ ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେବା ସହିତ କଂଗ୍ରେସର ସମସ୍ତ ପଦବୀରୁ ଇସ୍ତଫା ଦେଉଛି।

Share