ଚେନ୍ନାଇ,୧୯।୩ : ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଡ. ଜେ.ପି. ନଡ୍ଡା ରବିବାର କଂଗ୍ରେସ ଏବଂ ରାହୁଲ ଗାନ୍ଧୀଙ୍କୁ କଡ଼ା ସମାଲୋଚନା କରିଛନ୍ତି। ଭାଜପା ଯୁବ ମୋର୍ଚ୍ଚା ଦ୍ୱାରା ଆୟୋଜିତ ଯୁବ ସଂସଦକୁ ସମ୍ବୋଧିତ କରି ସେ କହିଛନ୍ତି, ରାହୁଲ ଗାନ୍ଧୀ ଗଣତନ୍ତ୍ରର ପ୍ରତ୍ୟେକ ସୀମା ଅତିକ୍ରମ କରିଛନ୍ତି। ଇଂଲଣ୍ଡକୁ ଯାଇ ସେ ଭାରତରେ ଗଣତନ୍ତ୍ର ବିପଦରେ ଥିବା କହିଛନ୍ତି । ଆଜି କଂଗ୍ରେସ ଦଳ ମାନସିକ ବ୍ୟାଧିଗ୍ରସ୍ତ।
ନଡ୍ଡା କହିଛନ୍ତି, ’୨୦୧୪ ପୂର୍ବରୁ ଦେଶ କିପରି ଥିଲା? ଆମ ଦେଶ ଦୁର୍ନୀତିରେ ଭରି ରହିଥିଲା। ସରକାରୀ ନୀତି ପକ୍ଷାଘାତ ହୋଇଥିଲା ଏବଂ ତାମିଲନାଡୁ ଏକ ପଛୁଆ ରାଜ୍ୟ ଥିଲା। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ବିଶ୍ୱକୁ ଏକ ନୂଆ ରାସ୍ତା ଦେଖାଉଛି। ମୋଦି ଭାରତର ରାଜନୈତିକ ସଂସ୍କୃତିକୁ ପରିବର୍ତ୍ତନ କରିଛନ୍ତି।
ମୁଁ ଯୁବକମାନଙ୍କୁ ଦେଶର ପ୍ରତ୍ୟେକ କୋଣ ଅନୁକୋଣକୁ ଯାଇ ଭାରତୀୟ ରାଜନୀତିରେ ପ୍ରଧାନମନ୍ତ୍ରୀ ମୋଦି ଆଣିଥିବା ପରିବର୍ତ୍ତନ ବିଷୟରେ କହିବାକୁ ଅନୁରୋଧ କରୁଛି।’
ତାମିଲନାଡୁ ପୁରାତନ ଭାଷା ପାଇଁ ଜଣାଶୁଣା। ତାମିଲନାଡୁର ମନ୍ଦିର, ଆଧ୍ୟାତ୍ମିକତା, ବେଦ ଭୂମି ଏବଂ ସାଂସ୍କୃତିକ ଐତିହ୍ୟ ପାଇଁ ଜଣାଶୁଣା। ଯେଉଁ ରାଜ୍ୟ ନିଜ ପରମ୍ପରା, ଇତିହାସ ଏବଂ ସଂସ୍କୃତି ସହିତ ନିଜକୁ ଅନ୍ତର୍ଭୁକ୍ତ କରିଛି ତାହା ହେଉଛି ତାମିଲନାଡୁର ଭୂମି। ’
ପ୍ରଧାନମନ୍ତ୍ରୀ କହିଥିଲେ, ଏକ ଯୁବ ସଂସଦ ମାଧ୍ୟମରେ ଆମ ଯୁବପିଢ଼ିଙ୍କ ଶକ୍ତିକୁ ଗଣତନ୍ତ୍ରକୁ ଆଗକୁ ବଢ଼ାଇବାରେ ବ୍ୟବହାର କରିବା। ଯାହାଦ୍ୱାରା ଦେଶର ବିକାଶ ସମ୍ଭବ ହୋଇ ପାରିବ।