ନୂଆଦିଲ୍ଲୀ.୧୫।୯: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ଯାତ୍ରା ସଫଳତା ପରେ ଏହାର ଦ୍ୱିତୀୟ ସଂସ୍କରଣକୁ ନେଇ କଂଗ୍ରେସରେ ଅନେକ ଆଲୋଚନା ଚାଲିଛି। ଏଥର ପୂର୍ବରୁ ପଶ୍ଚିମ ପର୍ଯ୍ୟନ୍ତ ଭାରତ ଯୋଡୋ ଯାତ୍ରାର ଦ୍ୱିତୀୟ ସଂସ୍କରଣ ଆୟୋଜନ କରିବାର ଆଲୋଚନା ହେଉଛି। ଆସନ୍ତା ବର୍ଷ ଲୋକ ସଭା ନିର୍ବାଚନ ପୂର୍ବରୁ ଏହି ଗସ୍ତ ଦଳକୁ ମଜବୁତ କରିବ ବୋଲି କୁହାଯାଉଛି। ତେବେ ଦଳର କିଛି ନେତା କହିଛନ୍ତି ଯେ, ଏହି ଯାତ୍ରା ନିର୍ବାଚନ ପ୍ରସ୍ତୁତିରୁ ଧ୍ୟାନକୁ ଦୂରେଇ ଦେଇପାରେ।
ସୂଚନାଯୋଗ୍ୟ, ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଭାରତ ଯୋଡୋ ଯାତ୍ରା ୨୦୨୨ ସେପ୍ଟେମ୍ବର ୭ରେ କନ୍ୟାକୁମାରୀରୁ ଆରମ୍ଭ ହୋଇଥିଲା। ଏହି ଯାତ୍ରା ୧୨ଟି ରାଜ୍ୟ ଦେଇ ଯାଇ ଜମ୍ମୁ-କଶ୍ମୀରରେ ଶେଷ ହୋଇଥିଲା। ଏହି ଯାତ୍ରା ୧୩୬ ଦିନରେ ପ୍ରାୟ ୪୦୦୦ କିଲୋମିଟର ଦୂରତା ଅତିକ୍ରମ କରିଥିଲା। ତେବେ ଭାରତ ଯୋଡୋ ଯାତ୍ରାର ଦ୍ୱିତୀୟ ସଂସ୍କରଣକୁ ନେଇ କଂଗ୍ରେସର ଆଲୋଚନା ତୀବ୍ର ହେବାରେ ଲାଗିଛି, ହେଲେ ଏହାର ତାରିଖ ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନିଆଯାଇନାହିଁ।