Categories: ଜାତୀୟ

ପ୍ରଧାନମନ୍ତ୍ରୀଙ୍କ ଏହି ଘୋଷଣା ବିରୋଧରେ ନିର୍ବାଚନ କମିଶନଙ୍କ ଦ୍ୱାରସ୍ଥ ହେବାକୁ ଯୋଜନା କରୁଛି କଂଗ୍ରେସ, ଜାଣନ୍ତୁ…

ନୂଆଦିଲ୍ଲୀ, ୭।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏକ ଘୋଷଣା ବିରୋଧରେ ନିର୍ବାଚନ କମିଶନଙ୍କ ଦ୍ୱାରସ୍ଥ ହୋଇ ଅଭିଯୋଗ କରିବାକୁ ଯୋଜନା କରୁଛି କଂଗ୍ରେସ। ଉକ୍ତ ଯୋଜନା ଉପରେ ପ୍ରଶ୍ନ କିମ୍ବା ବିରୋଧ ନୁହେଁ ବରଂ ଏହାକୁ ନେଇ ଘୋଷଣା କରିବାର ସମୟ ଏବଂ ସ୍ଥାନକୁ ନେଇ କଂଗ୍ରେସ ଇସିଙ୍କ ନିକଟରେ ଅଭିଯୋଗ କରିବ ବୋଲି କୁହାଯାଉଛି।

ନିକଟରେ ପ୍ରଧାନମନ୍ତ୍ରୀ ମୋଦି ଗରିବ କଲ୍ୟାଣ ଯୋଜନାକୁ ୫ ବର୍ଷ ବୃଦ୍ଧି କରିବାକୁ ଘୋଷଣା କରିଥିଲେ। ଛତିଶଗଡ଼ରେ ଏକ ନିର୍ବାଚନୀ ସଭା ସମୟରେ ପ୍ରଧାନମନ୍ତ୍ରୀ ଏହି ଘୋଷଣା କରିଥିଲେ। ତେବେ କ୍ୟାବିନେଟ୍‌ର ମଞ୍ଜୁରୀ ବିନା ସେ ଏହି ଘୋଷଣା କରିଛନ୍ତି, ଯାହାକି ଆଚାର ସଂହିତାର ଉଲ୍ଲଂଘନ ବୋଲି କଂଗ୍ରେସ କହୁଛି। ଏହାକୁ ନେଇ ଦଳ ନିର୍ବାଚନ କମିଶନଙ୍କ ଦ୍ୱାରସ୍ଥ ହୋଇ ଅଭିଯୋଗ କରିବ। ଯୋଜନା ବିପକ୍ଷରେ ନ ହେଲେ ବି ନିର୍ବାଚନରେ ହଠାତ ଏଭଳି ଘୋଷଣା ଏବଂ ବିନା କ୍ୟାବିନେଟ କମିଟି ମଞ୍ଜୁରୀ ସତ୍ତ୍ୱେ ଘୋଷଣାକୁ ଦଳ ବିରୋଧ କରୁଛି।

ଏକ ରିପୋର୍ଟ ମୁତାବକ, କଂଗ୍ରେସ ‘INDIA’ ମେଣ୍ଟରେ ଜାରି ବାଦବିବାଦକୁ ନେଇ ୨୮ ନଭେମ୍ବର ପରେ ଆଲୋଚନା କରିବ। ଏବେ ଦଳ ବିଧାନସଭା ନିର୍ବାଚନ ଉପରେ ଧ୍ୟାନ କେନ୍ଦ୍ରିତ କରିବାକୁ ଚାହୁଁଛି।

Share