ଖାର୍ଗେଙ୍କ ଭାଷଣ ବେଳେ ପଶି ଆସିଲା ଅନ୍ୟ ଦଳର ପ୍ରଚାର ଗାଡ଼ି, ଆଉ ତା’ପରେ…

ଭୁବନେଶ୍ୱର,୧୬।୫: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ଗୁରୁବାର ଓଡ଼ିଶା ଗସ୍ତରେ ଆସି ଫୁଲବାଣୀର ଏକ ସଭାରେ ଜନସାଧାରଣଙ୍କୁ ଉଦ୍‌ବୋଧନ ଦେଉଛନ୍ତି। ଏହି ସମୟରେ ଅନ୍ୟ ଦଳର ପ୍ରଚାର ଗାଡ଼ି ଆସିଯିବାରୁ ଖାର୍ଗେ ରାଗିଯାଇ କହିଛନ୍ତି, ଏ କଣ ହେଉଛି, ପୋଲିସ ବଞ୍ଚିଛି କି ନାହିଁ । ଏସବୁ ଠିକ୍‌ ନୁହେଁ, ଆମର ବି ଦିନ ଆସିବ ବୋଲି ଖାର୍ଗେ କହିଛନ୍ତି।

ଫୁଲବାଣୀ ସଭାରେ ଖାର୍ଗେ ଉଭୟ ଭାଜପା ଏବଂ ବିଜେଡି ଉପରେ ବର୍ଷିଛନ୍ତି। ଖାର୍ଗେ କହିଛନ୍ତି, ଓଡ଼ିଶାରେ ବିଜେଡି ୨୪ ବର୍ଷ ଶାଶନ କଲେ ମଧ୍ୟ ଏଠାକାର ଲୋକଙ୍କ କିଛି ବି ବିକାଶ ହୋଇନି । ରାଜ୍ୟରେ ବେରୋଜଗାରୀ ଚରମ ସୀମାରେ ପହଞ୍ଚିଲାଣି। ବେରୋଜଗାରୀ ଦୂର କରିବାକୁ ଉଭୟ ଭାଜପା ଓ ବିଜେଡି ସରକାର ଧ୍ୟାନ ଦେଉନାହାନ୍ତି। ୪୧% ଲୋକ ବେରୋଜଗାର ରହିଛନ୍ତି।

Share