Categories: ଜାତୀୟ

ବେରୋଜଗାରୀକୁ ନେଇ ଭାଜପା ଉପରେ ବର୍ଷିଲେ ଖାର୍ଗେ, କହିଲେ ୫ ବର୍ଷରେ ସୃଷ୍ଟି ହୋଇଛି ମାତ୍ର ୧୨.୨ ଲକ୍ଷ ନୂଆ ନିଯୁକ୍ତି

ନୂଆଦିଲ୍ଲୀ,୪।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱ ସରକାରରେ ଗତ ପାଞ୍ଚ ବର୍ଷ ମଧ୍ୟରେ ସଂଗଠିତ କ୍ଷେତ୍ରରେ କେବଳ ୧୨.୨ ଲକ୍ଷ ନୂତନ ନିଯୁକ୍ତି ସୃଷ୍ଟି ହୋଇଥିବା କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାଗେର୍ର୍ ଶୁକ୍ରବାର ଦାବି କରିଛନ୍ତି। ଏଥି ସହ ଗରିବ ଏବଂ ମଧ୍ୟବିତ୍ତଙ୍କ ବଞ୍ଚିବା ପାଇଁ ଭାଜପାକୁ କ୍ଷମତାରୁ ହଟାଇବା ଆବଶ୍ୟକ ବୋଲି ସେ କହିଛନ୍ତି। ଖାର୍ଗେ ଅଭିଯୋଗ କରିଛନ୍ତି, ଭାଜପା ରୋଜଗାର ଯୋଗାଇବାରେ ବିଫଳ ହୋଇଛି।

ସେ ଏକ ଟୁଇଟରରେ କହିଛନ୍ତି, ମୋଦି ସରକାରଙ୍କ ଅଧୀନରେ ଗତ ପାଞ୍ଚ ବର୍ଷ ମଧ୍ୟରେ ସଂଗଠିତ କ୍ଷେତ୍ରରେ କେବଳ ୧୨.୨ ଲକ୍ଷ ନୂତନ ନିଯୁକ୍ତି ସୃଷ୍ଟି ହୋଇଛି । ଏହାର ଅର୍ଥ ହେଉଛି ବାର୍ଷିକ ହାରାହାରି ୨,୪୪,୦୦୦ ନିଯୁକ୍ତି ସୃଷ୍ଟି ହୋଇଛି।

କଂଗ୍ରେସ ସଭାପତି କହିଛନ୍ତି ଯେ ଭାଜପା ବର୍ଷକୁ ଦୁଇ କୋଟି ଚାକିରୀ ପ୍ରତିଶ୍ରୁତି ଦେଇଛି, ଅର୍ଥାତ୍‌ ନଅ ବର୍ଷରେ ୧୮କୋଟି ନିଯୁକ୍ତି ସୃଷ୍ଟି ହୋଇଥାନ୍ତା। ସେ ଦାବି କରିଛନ୍ତି ଯେ ଆମର ଯୁବକମାନେ ଅନ୍ଧକାର ଭବିଷ୍ୟତ ଆଡକୁ ଯାଉଛନ୍ତି।

Share