Categories: ଜାତୀୟ

କଂଗ୍ରେସର ନୂଆ କାର୍ଯ୍ୟ କମିଟି ଗଠନ ପୂର୍ବରୁ ସୋନିଆଙ୍କୁ ଭେଟିଲେ ଖାର୍ଗେ

ନୂଆଦିଲ୍ଲୀ,୨୭।୬: ଆସନ୍ତା ଲୋକ ସଭା ତଥା ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ଏହାର ନୂତନ ଦଳ ପ୍ରସ୍ତୁତ କରୁଛି। ଏହାକୁ ନେଇ ଘନଘନ ବୈଠକ ବସୁଛି। ଏହି ସମୟରେ ବର୍ତ୍ତମାନ କଂଗ୍ରେସର ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ସୋନିଆ ଗାନ୍ଧୀଙ୍କୁ ଭେଟିବାକୁ ପହଞ୍ଚିଛନ୍ତି। କୁହାଯାଉଛି କି କଂଗ୍ରେସର ନୂଆ କାର୍ଯ୍ୟ କମିଟିକୁ ନେଇ ଏହି ବୈଠକରେ ଆଲୋଚନା ହେବ। ସୋନିଆଙ୍କ ସହ ସାକ୍ଷାତ ସମୟରେ ଖାର୍ଗେ ତାଙ୍କ ସାମ୍ନାରେ ଦଳର କିଛି ସଦସ୍ୟଙ୍କ ନାମ ରଖିପାରନ୍ତି। ଏହା ବ୍ୟତୀତ ଜୁନ ୨୯ରେ ଖାର୍ଗେ ମଧ୍ୟ ଏହି ପ୍ରସଙ୍ଗରେ ରାହୁଲ ଗାନ୍ଧୀଙ୍କୁ ଭେଟିବାକୁ ଯାଇପାରନ୍ତି ବୋଲି କୁହାଯାଉଛି।

ପାର୍ଟି ସୂତ୍ର ଅନୁଯାୟୀ, ମଲ୍ଲିକାର୍ଜୁନ ଖାର୍ଗେ ରାହୁଲ ଗାନ୍ଧୀଙ୍କୁ ଭେଟିବା ପରେ ନୂଆ ଦଳର ନାମ ଚୂଡାନ୍ତ କରିପାରନ୍ତି। ଏହି ନୂତନ କାର୍ଯ୍ୟ କମିଟିରେ ଅନେକ ନୂତନ ନେତାଙ୍କ ନାମ ଯୋଡିହେବ ଏବଂ କେତେକ ନାମ ମଧ୍ୟ ହଟାଯାଇପପାରେ। ଆସନ୍ତା କିଛି ଦିନ ମଧ୍ୟରେ ଏକ ନୂତନ କାର୍ଯ୍ୟ କମିଟି ଘୋଷଣା କରାଯିବ ବୋଲି କୁହାଯାଉଛି।

Share