ନୂଆଦିଲ୍ଲୀ,୨୮।୩: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସଦସ୍ୟତା ରଦ୍ଦ ହେବା ପରେ ତାଙ୍କୁ ଏକ ମାସ ମଧ୍ୟରେ ସରକାରୀ ବଙ୍ଗଳା ଖାଲି କରିବାକୁ ଲୋକ ସଭାର ଗୃହ କମିଟି ସୋମବାର ନୋଟିସ ଜାରି କରିଛି। ଏହାକୁ ନେଇ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ କହିଛନ୍ତି, ରାହୁଲ ଗାନ୍ଧୀ ବଙ୍ଗଳା ଖାଲି କରିବାକୁ ନୋଟିସ ପାଇବା ପରେ ଯଦି ସେ ଚାହାଁନ୍ତି,ତେବେ ସେ ମୋ ଘରକୁ ଆସିପାରନ୍ତି, ମୁଁ ତାଙ୍କ ପାଇଁ ମୋର ବଙ୍ଗଳା ଖାଲି କରିଦେବି।
ଖାର୍ଗେ ଆହୁରି କହିଛନ୍ତି, ରାହୁଲ ଗାନ୍ଧୀଙ୍କୁ ଦୁର୍ବଳ କରିବା ପାଇଁ ସେମାନେ ସମସ୍ତ ପ୍ରକାର ଉଦ୍ୟମ କରିବେ। କିନ୍ତୁ ଯଦି ସେ ବଙ୍ଗଳା ଖାଲି କରନ୍ତି, ତେବେ ସେ ତାଙ୍କ ମାଆଙ୍କ ପାଖରେ ରହିବେ କିମ୍ବା ମୋ ସହିତ ରହିବାକୁ ସେ ଆସିପାରନ୍ତି। ମୁଁ ତାଙ୍କ ପାଇଁ ଏକ ବଙ୍ଗଳା ଖାଲି କରିଦେବି।