ଖାର୍ଗେ ଦେଲେ ବଡ଼ ବୟାନ, କହିଲେ ଓଡ଼ିଶାରେ ବିଜେଡି-ଭାଜପା…

ଭୁବନେଶ୍ୱର,୧୬।୫: ଓଡ଼ିଶା ଗସ୍ତରେ ଆସି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ଉଭୟ ବିଜେଡି ଓ ଭାଜପା ଉପରେ ବର୍ଷଛନ୍ତି। ଖାର୍ଗେ କହିଛନ୍ତି, ଓଡ଼ିଶାରେ ବିଜେଡି ୨୪ ବର୍ଷ ଶାସନ କଲେ ମଧ୍ୟ ଏଠାକାର ଲୋକଙ୍କ କିଛି ବି ବିକାଶ ହୋଇନି। ରାଜ୍ୟରେ ବେରୋଜଗାରୀ ଚରମ ସୀମାରେ ପହଞ୍ଚିଲାଣି। ବିଜେଡି-ଭାଜପା ମିଶି ଓଡ଼ିଶାକୁ ବରବାଦ କରିଛନ୍ତି। ଉଭୟ ଦଳକୁ ଓଡ଼ିଶାରୁ ହଟାଇବାକୁ ଆହ୍ବାନ ଦେଲେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ।

ବେରୋଜଗାରୀ ଦୂର କରିବାକୁ ଉଭୟ ଭାଜପା ଓ ବିଜେଡି ସରକାର ଧ୍ୟାନ ଦେଉନାହାନ୍ତି। ୪୧% ଲୋକ ବେରୋଜଗାର ରହିଛନ୍ତି। ଇଣ୍ଡିଆ ମେଣ୍ଟ ସରକାର ଗଣତନ୍ତ୍ରକୁ ବଞ୍ଚାଇବାକୁ ଲଢୁଛି। କଂଗ୍ରେସ ନେତା କହିଛନ୍ତି, ଉଭୟ ଭାଜପା-ବିଜେଡି ମିଳିତ ଭାବେ କାମ କରିବେ ବୋଲି ଭାବୁଥିଲୁ। କିନ୍ତୁ ତାହା କରିପାରିଲେ ନାହିଁ। ଚିଟ୍‌ଫଣ୍ଡ ଦୁର୍ନୀତି ଏହି ସରକାରକୁ ଭ୍ରଷ୍ଟ ସରକାରର ପରିଚୟ ଦେଇଛି।

Share