Categories: ଜାତୀୟ

ନୂଆ ଅଧ୍ୟକ୍ଷ ବାଛୁ କଂଗ୍ରେସ: ସୋନିଆ ଗାନ୍ଧୀ

ନୂଆଦିଲ୍ଲୀ,୨୩।୮: ଦେଶର ସବୁଠାରୁ ପୁରୁଣା ରାଜନୈତିକ ଦଳ କଂଗ୍ରେସରେ ଏବେ ପୁଣି ଅଧ୍ୟକ୍ଷ ପଦକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଦଳର ୨୩ରୁ ଅଧିକ ବଡ଼ ନେତା ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କୁ ଚିଠି ଲେଖି ସଙ୍ଗଠନରେ ବଡ଼ଧରଣର ପରିବର୍ତ୍ତନ ପ୍ରସ୍ତାବ ଦେଇଛନ୍ତି। ଏମାନଙ୍କ ମଧ୍ୟରେ ରହିଛନ୍ତି ୫ ପୂର୍ବତନ ମୁଖ୍ୟମନ୍ତ୍ରୀ, କିଛି ପୂର୍ବତନ କେନ୍ଦ୍ରମନ୍ତ୍ରୀ, ସାଂସଦ ଓ କାର୍ଯ୍ୟକାରୀ କମିଟିର କିଛି ବଡ଼ ନେତା। କଂଗ୍ରେସରୁ ସଙ୍କଟରୁ ଉଦ୍ଧାର ପାଇଁ ଏହା ଏକ ଅନିବାର୍ଯ୍ୟ ଆବଶ୍ୟକତା ବୋଲି ସେମାନେ ଚିଠିରେ ଉଲ୍ଲେଖ କରିଛନ୍ତି। ଏହି ପରିସ୍ଥିତିରେ ସୋନିଆ ଗାନ୍ଧୀ ନୂଆ ଅଧ୍ୟକ୍ଷ ବାଛିବା ପାଇଁ ଦଳକୁ ନିବେଦନ କରିଛନ୍ତି। ଏଥିରୁ ସ୍ପଷ୍ଟ ହୋଇଛି ଯେ, ସେ ଆଉ ଏହି ପଦରେ ରହବିାକୁ ଚାହୁଁନାହାନ୍ତି। ସୂଚନାଯୋଗ୍ୟ, ୨୦୧୯ ସାଧାରଣ ନିବାଚନରେ ଦଳର ଶୋଚନୀୟ ପରାଜୟ ପରେ ତତ୍କାଳୀନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କ ଇସ୍ତଫା ଦେଇଥିଲେ। ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ଦଳର ଅନ୍ତରୀଣ ସଭାପତି ନିଯୁକ୍ତ କରାଯାଇଥିଲା। ତେବେ ସୋମବାର ଅନୁଷ୍ଠିତ ହେବାକୁ ଥିବା କଂଗ୍ରେସ କାର୍ଯ୍ୟକାରିଣୀ ବୈଠକରେ ଚୂଡାନ୍ତ ନିଷ୍ପତି ନିଆଯିବ ବୋଲି କୁହାଯାଉଛି।

Share