Categories: ଜାତୀୟ

ସୋନିଆଙ୍କୁ ପୁଣି କରୋନା

ନୂଆଦିଲ୍ଲୀ,୧୨।୮: କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ପୁଣି ଥରେ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଶନିବାର ତାଙ୍କ କରୋନା ରିପୋର୍ଟ ପଜିଟିଭ୍‌ ଆସିଛି। ସେ ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ପ୍ରୋଟୋକଲ୍‌ ପାଳନ କରିବା ସହ ଆଇସୋଲେଶନ୍‌ରେ ରହିବେ। ତାଙ୍କ ସ୍ବାସ୍ଥ୍ୟାାବସ୍ଥା ଏବେ ସାମାନ୍ୟ ଥିବା ବେଳେ ସେ ଏକ ଡାକ୍ତରୀ ଦଳଙ୍କ ପରାମର୍ଶରେ ରହିଛନ୍ତି। ଶନିବାର କଂଗ୍ରେସର ମୁଖପାତ୍ର ଜୟରାମ ରମେଶ ଟୁଇଟ କରି ଏହି ସୂଚନା ଦେଇଛନ୍ତି। ୩ ଦିନ ପୂର୍ବରୁ ସୋନିଆ ଗାନ୍ଧୀଙ୍କ ଝିଅ ତଥା କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଥିଲେ। ସୂଚନାଯୋଗ୍ୟ, ସୋନିଆ ଗାନ୍ଧୀ ୨ମାସ ଭିତରେ ଦ୍ୱିତୀୟ ଥର କରୋନାରେ ଆକ୍ରାନ୍ତ ହୋଇସାରିଲେଣି। ଏହାପୂର୍ବରୁ ସେ ଜୁନ ୨ରେ କୋଭିଡ ପଜିଟିଭ୍‌ ହୋଇଥିବା ବେଳେ ତାଙ୍କୁ ଦିଲ୍ଲୀ ସ୍ଥିତ ସର ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

Share