ନୂଆଦିଲ୍ଲୀ,୨ ।୯: କଂଗ୍ରେସର ସଙ୍କଟ ଶେଷ ହେଉନାହିଁ । ଏବେ ଅଧ୍ୟକ୍ଷ ପଦକୁ ନେଇ କଂଗ୍ରେସରେ ଟଣାଭିଡା ଆରମ୍ଭ ହୋଇଗଲାଣି । ସମସ୍ତ ଅସ୍ତୁଷ୍ଟ ନେତାଙ୍କ ପରେ ଏବେ କଂଗ୍ରେସର ବରିଷ୍ଠ ନେତା ଶଶି ଥରୁର ଭୋଟର ଲିଷ୍ଟ ଜାରି କରିବାକୁ ଦାବି କରିଦେଇଛନ୍ତି । ଏହାକୁ ନେଇ ସେ ଏକ ଚିଠି ଲେଖିଛନ୍ତି । ଥରୁରଙ୍କ ବ୍ୟତୀତ ଆସାମର ଏମପି ପ୍ରଦିପ ବୋରଦୋଲୋଇ ବି ଭୋଟର ଲିଷ୍ଟ ଜରି କରିବାକୁ ନେଇ ଚିଠି ଲେଖିଛନ୍ତି । ଏହାକୁ ନେଇ କଂଗ୍ରେସ ଦଳର ଚିନ୍ତା ବଢିବ ବୋଲି କୁହାଯାଉଛି ।
ସୂଚନାଯୋଗ୍ୟ, ଏହା ପୂର୍ବରୁ ବି ମନିଷ ତିୱାରୀ କଂଗ୍ରେସ ଅଧ୍ୟକ୍ଷ ପଦକୁ ନେଇ ପ୍ରଶ୍ନ ଉଠାଇଥିଲେ । ସେ ଟୁଇଟ କରି କହିଥିଲେ ସମ୍ପୂର୍ଣ୍ଣ ଇଲେକ୍ଟୋରାଲ ରୋଲକୁ କଂଗ୍ରେସର ୱେବସାଇଟରେ ପବ୍ଲିସ କରାଯାଉ । ଏହାର ଜବାବରେ କଂଗ୍ରେସ କହିଥିଲା ପୂର୍ବରୁ କେବେ ଏମିତି କରାଯାଇ ନାହିଁ । ଏହାପରେ ବି ଏବେ ଶଶି ଥରୁର ଦଳକୁ ଚ୍ୟାଲେଞ୍ଜ କରି ପୁଣି ଥରେ ଏମିତି ଦାବି ରଖିଛନ୍ତି । ପୂର୍ବରୁ ଥରୁର ସଙ୍କେତ ଦେଇଥିଲେ କି ଏଥର ସେ କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ଲଢିବେ ।