Posted inଜାତୀୟ

ବିଦେଶରେ ବସିଥିବା ଲୋକ ଚଲାଉଛନ୍ତି କଂଗ୍ରେସ ଅଧ୍ୟକ୍ଷଙ୍କ ଫେସବୁକ ଆକାଉଣ୍ଟ, ଖାର୍ଗେଙ୍କ ଉପରେ ବଡ ଅଭିଯୋଗ

ନୂଆଦିଲ୍ଲୀ,୧୭।୧୦: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେଙ୍କ ନାମରେ ଏକ ଭେରିଫାଏଡ ଫେସବୁକ ପେଜ୍‌କୁ ଦର୍ଶାଇ ଭାଜପା ଅଭିଯୋଗ କରିଛି ଯେ କଂଗ୍ରେସ ଅଧ୍ୟକ୍ଷଙ୍କ ଇଣ୍ଟରନେଟ ମିଡିଆ ବିଦେଶରେ ବସିଥିବା ଲୋକଙ୍କ ଦ୍ୱାରା ପରିଚାଳିତ ହେଉଛି।
ଏହି ଅଭିଯୋଗକୁ ଖଣ୍ଡନ କରି ଖାର୍ଗେଙ୍କ ପୁଅ ତଥା କର୍ନାଟକ ମନ୍ତ୍ରୀ ପ୍ରିୟାଙ୍କ ଖାର୍ଗେ କହିଛନ୍ତି ଯେ ଏହି ଫେସବୁକ ପେଜ ନ କଲି। ଏହାକୁ ହଟାଇବାକୁ ସେ ଫେସବୁକକୁ ଅନୁରୋଧ କରିଛନ୍ତି।
ଭାଜପାର କର୍ନାଟକ ୟୁନିଟ ଏହି ପ୍ରସଙ୍ଗରେ ଏକ୍ସରେ ପୋଷ୍ଟ କରି ଲେଖିଛି, ୱାକଫ ଜମି ହଡପ ମାମଲାରେ ଚର୍ଚ୍ଚାର ବିଷୟ ପାଲଟିଥିବା ମଲ୍ଲିକାର୍ଜୁନ ଖାର୍ଗେଙ୍କ ଇଣ୍ଟରନେଟ ମିଡିଆ ବର୍ତ୍ତମାନ ବିଦେଶରେ ବସିଥିବା ଲୋକମାନଙ୍କ ଦ୍ୱାରା ପରିଚାଳିତ ହେଉଛି। କଂଗ୍ରେସର ବିଭାଜନ ଜାତି ଭିତ୍ତିକ ରାଜନୀତି ପଛରେ ଲୁଚି ରହିଥିବା ବିଦେଶୀ ପ୍ରଭାବ ବିଷୟରେ ଆମେ ଚେତାବନୀ ଦେଉଛୁ।
ଏହି ପୋଷ୍ଟରେ ମଲ୍ଲିକାର୍ଜୁନ ଖାର୍ଗେଙ୍କ ନାମରେ ଏକ ଫେସବୁକ ପେଜରୁ ‘ପୃଷ୍ଠା ସୂଚନା’ର ସ୍କ୍ରିନସଟ ଶେୟାର କରି ଭାଜପା ପଚାରିଛି,’ ଆମ ଲୋକଙ୍କ ବଦଳରେ ବିଦେଶୀମାନଙ୍କୁ କାହିଁକି ବିଶ୍ୱାସ କରାଯାଉଛି। ଭାରତ ତୁମକୁ ବହୁତ ଦେଇଛି, ତେବେ ଏହି ବିଶ୍ୱାସଘାତକତା କାହିଁକି ବୋଲି ପ୍ରଶ୍ନ ଉଠିଛି। ’
ଏହି ପଦ ସମ୍ପର୍କରେ ପ୍ରିୟାଙ୍କ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କୁ ଟାର୍ଗେଟ କରି କହିଛନ୍ତି ଯେ ‘ଭାରତ ଇତିହାସରେ ସବୁଠାରୁ ପ୍ରଭାବଶାଳୀ ସ୍ବରାଷ୍ଟ୍ରମନ୍ତ୍ରୀ ବୋଲି ଦାବି କରିବା ସତ୍ତ୍ୱେ ବିରୋଧୀଦଳର ନେତାଙ୍କ ଆକାଉଣ୍ଟ ଅସଲ କି ନୁହେଁ ତାହା ଭାଜପା ସ୍ଥିର କରିପାରିବ ନାହିଁ। ଇଣ୍ଟରନେଟ ମିଡିଆରେ କଂଗ୍ରେସ ଅଧ୍ୟକ୍ଷଙ୍କ ବିରୋଧରେ ଏକ ମନ୍ଦ ଅଭିଯାନ ଆରମ୍ଭ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଇଚ୍ଛାମୃତ୍ୟୁ ଦାବି କରିଥିବା କୃଷକଙ୍କୁ ୯.୯୧ ଲକ୍ଷ ଟଙ୍କା ଜରିମାନା:ଜାଣନ୍ତୁ କାହିଁକି

ଝୁନ୍‌ଝୁନୁ,୨୨ା୧୨:ଇଚ୍ଛାମୃତ୍ୟୁ ଦାବି କରୁଥିବା ରାଜସ୍ଥାନ ଝୁନ୍‌ଝୁନୁ ଜିଲାର ଜଣେ କୃଷକ ଓ ତାଙ୍କ ପରିବାର ଆତ୍ମଦାହ ଉଦ୍ୟମ କରୁଥିବାବେଳେ ପୋଲିସ ପହଞ୍ଚତ୍ ସେମାନଙ୍କୁ ଅଟକାଇଥିଲା। ଶ୍ରୀ...

ବଢିଲା ରାହୁଲ ଗାନ୍ଧୀଙ୍କ ଅଡ଼ୁଆ: ସମନ ପଠାଇଲେ କୋର୍ଟ

ବରେଲି,୨୨ା୧୨:ଲୋକ ସଭା ନିର୍ବାଚନ ସମୟରେ ଅର୍ଥନୈତିକ ସର୍ଭେକୁ ନେଇ କଂଗ୍ରେସ ଏମ୍‌ପି ତଥା ଲେକା ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଦେଇଥିବା ମନ୍ତବ୍ୟ...

ଆଲୁ ଅର୍ଜୁନଙ୍କ ଘର ଉପରକୁ ପଥର ମାଡ଼

ହାଇଦ୍ରାବାଦ୍‌,୨୨।୧୨: ଅଭିନେତା ଆଲୁ ଅର୍ଜୁନଙ୍କ ହାଇଦ୍ରାବାଦର ଜୁବୁଲି ହିଲ୍ସ ଘର ଉପରକୁ କିଛି ଅଜ୍ଞାତ ବ୍ୟକ୍ତି ପଥର ମାଡ କରିଛନ୍ତି। ଜେଏସି ନେତାମାନେ ଏହି କାଣ୍ଡ...

ଜୟପୁର ଦୁର୍ଘଟଣାର ଛାତିଥରା କାହାଣୀ: ଜଳନ୍ତା ଅବସ୍ଥାରେ ଅଢେଇ କିଲୋମିଟର ଦୌଡିଲେ ୩୦ ଲୋକ

ଜୟପୁର,୨୨।୧୨: ରାଜସ୍ଥାନ ଜୟପୁରରେ ହୋଇଥିବା ଭୟଙ୍କର ସଡ଼କ ଦୁର୍ଘଟଣା ଏବେ ପର୍ଯ୍ୟନ୍ତ ଲୋକଙ୍କ ମନରୁ ଲିଭି ନାହିଁ। ଏହି ଦୁର୍ଘଟଣାରେ ୧୪ ଜଣ ଜୀବନ୍ତ ଦଗ୍ଧ...

ବିବାହ ପାଇଁ ପ୍ରସ୍ତୁତ ହେଉଥିବା ପରିବାର ଏବେ ଅପେକ୍ଷା କରିଛନ୍ତି ଝିଅର ମୃତ ଦେହକୁ

ଶିମଲା,୨୨।୧୨: ପଞ୍ଜାବର ସୋହାନା, ମୋହାଲିରେ ଭୁଷୁଡି ପଡିଥିବା ବିଲଡିଂକୁ ନେଇ ହିମାଚଳ ପ୍ରଦେଶର ଏକ ପରିବାରରେ ଶୋକର ଛାୟା ଖେଳିଯାଇଛି। ନିଜ ଝିଅର ବିବାହ ପାଇଁ...

ପ୍ରେମିକାଙ୍କୁ ହୋଟେଲ ଉପରୁ ଠେଲିଦେଲେ ପ୍ରେମିକ, ବାନ୍ଧିଲା ପୋଲିସ

ବାରାଣସୀ, ୨୨।୧୨: ଉତ୍ତରପ୍ରଦେଶର ବାରାଣସୀ ଜିଲା ଚେତଗଞ୍ଜ ଥାନା ରାମକୋଟରାସ୍ଥିତ ଏକ ହୋଟେଲର ତୃତୀୟ ମହଲାରୁ ଶୁକ୍ରବାର ଫୁର୍କନ ନାମକ ଜଣେ ଯୁବକ(୨୩) ନିଜ ପ୍ରେମିକା...

କେମିତି ଅଛନ୍ତି ପ୍ରତାପ ଷଡଙ୍ଗୀ, ମୁକେଶ ରାଜପୁତ? ଅପଡେଟ ଦେଲା ହସ୍ପିଟାଲ

ନୂଆଦିଲ୍ଲୀ,୨୨।୧୨: ସଂସଦ ବାହାରେ ଝଗଡା ପରେ ଉଭୟ ଭାଜପା ଏମପି ପ୍ରତାପ ଷଡଙ୍ଗୀ ଏବଂ ମୁକେଶ ରାଜପୁତଙ୍କୁ ଦିଲ୍ଲୀର ଆରଏମଏଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। କୁହାଯାଉଛି...

ଆମେରିକାକୁ ବାଧ୍ୟ କଲା ଭାରତର ଶକ୍ତି, ଏହି ନିୟମକୁ କରିବାକୁ ପଡିଲା ପରିବର୍ତ୍ତନ

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୨।୧୨: ଏବେ ସାରା ବିଶ୍ୱରେ ଭାରତର ଶକ୍ତି ଏବଂ ଏହାର ସାମର୍ଥ୍ୟର ଶବ୍ଦ ଶୁଣିବାକୁ ମିଳୁଛି। ଆଜି ବିଶ୍ୱର ସମସ୍ତ ଦେଶ ଭାରତର ଶକ୍ତିକୁ ସ୍ବୀକୃତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri