ନୂଆଦିଲ୍ଲୀ,୮।୪: ଭାରତୀୟ ରାଷ୍ଟ୍ରୀୟ କଂଗ୍ରେସ ଶନିବାର ଏକ ପ୍ରେସ କନଫରେନ୍ସ କରିଛି। ଏଥିରେ ମୋଦି ସରକାର ଆଣିବାକୁ ଯାଉଥିବା ଆଇଟି ନିୟମ ସଂଶୋଧନ ବିଲକୁ ନେଇ ଆଲୋଚନା ହୋଇଛି। କଂଗ୍ରେସ ପ୍ରବକ୍ତା ସୁପ୍ରିୟା ଶ୍ରୀନେତ କହିଛନ୍ତି, ଏହି ଦେଶର ମିଡିଆକୁ ପିଏମଓର ଚପରାଶି ନିମନ୍ତ୍ରଣ କରିଥାଆନ୍ତି, ଏବେ ଏହି ନିୟମ ପାଇଁ ସରକାର ସୋସିଆଲ ମିଡିଆରେ ବି ସ୍ବରକୁ ଦବାଇବା କାମ କରୁଛନ୍ତି।
ସୁପ୍ରିୟା କହିଛନ୍ତି, ଆମର ଏମପି ଇଡି ଯାଇଥିଲେ, ଆଉ ୨୦୦ ଏମପିଙ୍କୁ ଅଟକାଇବାକୁ ୨୦୦୦ ପୋଲିସକୁ ଲଗାଇ ଦିଆଯାଇଥିଲା। ଆମେ ଗୃହରେ ଧାରଣା ଦେଲେ ମାର୍ଶଲ ଆସୁଥିଲେ। ଆମର ମାଇକ ବନ୍ଦ କରି ଦିଆଯାଉଛି। ଗୃହରେ ସବୁଠାରୁ ଶକ୍ତିଶାଳୀ ସ୍ବର(ରାହୁଲ ଗାନ୍ଧୀ)ଙ୍କୁ ଗୃହରୁ ବାହାର କରି ଦିଆଯାଇଛି। ସେ କହିଛନ୍ତି ଯଦି ସବୁ ବିରୋଧି ଏକାଠି ହେଉଛନ୍ତି ତେବେ ସରକାର ବିଚଳିତ ହୋଇଯାଉଛି।
ରାହୁଲଙ୍କ ପ୍ରଶ୍ନକୁ ନେଇ ଭାଜପା ସରକାର ବ୍ୟାକଫୁଟରେ, ସେଥିପାଇଁ ସେ ସବୁ ପ୍ରଶ୍ନକୁ ଦାବି ଦେବାକୁ ଚାହୁଁଛନ୍ତି ଯାହା ଆମେ ଠିଆ ହୋଇ ପଚାରିଥାଉ। ସୁପ୍ରିୟା ଶ୍ରୀନେତ କହିଛନ୍ତି, ଭାଜପା ହେଉଛି ବିଶ୍ୱର ସବୁଠାରୁ ବଡ ଫେକ ନ୍ୟୁଜ ଫ୍ୟାକ୍ଟ୍ରି। ଭାଜପାର ଆଇଟି ସେଲ ହେଡ ସବୁଠାରୁ ଅଧିକ ମିଛ ଖବର ଦେଇଥାଆନ୍ତି ଓ ପ୍ରତିଥର ତାଙ୍କର ମିଛ ଧରାପଡିଥାଏ। କେବଳ ସେତିକି ନୁହେଁ ମିଛ ପ୍ରଚାର କରିବାର କାମ କେବଳ ଭାଜପା ମନ୍ତ୍ରୀମାନେ କରିଥାଆନ୍ତି।