Categories: ଜାତୀୟ

ପାର୍ଲାମେଣ୍ଟରୁ ରାଷ୍ଟ୍ରପତି ଭବନ ପର୍ଯ୍ୟନ୍ତ କଂଗ୍ରେସ ରାଲିକୁ ଅଟକାଇଲା ପୋଲିସ

ନୂଆଦିଲ୍ଲୀ,୫ ।୮: ଦେଶରେ ଦରଦାମ ବୃଦ୍ଧିକୁ ନେଇ କଂଗ୍ରେସର ବିରୋଧ ପ୍ରଦର୍ଶନ ଜାରି ରହିଛି । ଶୁକ୍ରବାର ପାର୍ଲାମେଣ୍ଟ ପରିସରରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସମେତ ଅନ୍ୟ କେତେଜଣ କଂଗ୍ରେସ ନେତା କଳା କପଡାରେ ନଜର ଆସିଛନ୍ତି । ବିରୋଧ ପ୍ରଦର୍ଶନ ପାଇଁ ସେଠାରେ ବହୁ ସଂଖ୍ୟାରେ କଂଗ୍ରେସ କର୍ମୀ ପହଞ୍ଚିଛନ୍ତି । କଂଗ୍ରେସ ନେତା ରାଜୀବ ଶୁକ୍ଳା କହିଛନ୍ତି, ଆମେ ଗିରଫ ହେବାକୁ ପ୍ରସ୍ତୁତ ଅଛୁ । ଆମର ରାଲି ରାଷ୍ଟ୍ରପତି ଭବନରୁ ପ୍ରଧାନମନ୍ତ୍ରୀଙ୍କ ନିବାସ ପର୍ଯ୍ୟନ୍ତ ଯିବ । ହେଲେ ଏହି ରାଲିକୁ ଦିଲ୍ଲୀ ପୋଲିସ ଅଟକାଇ ଦେଇଛି ।

Share