Categories: ଜାତୀୟ

ମୋଦି ସରକାରଙ୍କ ବିିରୋଧରେ କଂଗ୍ରେସର ଆନ୍ଦୋଳନ: ଗିରଫ ହେଲେ ୨୦୦ନେତା, ୫୦ଏମ୍‌ପି

ନୂଆଦିଲ୍ଲୀ,୫।୮: ଦରବୃଦ୍ଧି ଓ ବେରୋଜଗାରୀ ଓ ଜିଏସ୍‌ଟିକୁ ନେଇ ମୋଦି ସରକାରଙ୍କୁ ଘେରିବା ପାଇଁ କଂଗ୍ରେସ ଶୁକ୍ରବାର ଦେଶବ୍ୟାପୀ ବିରୋଧ ପ୍ରଦର୍ଶନ କରିଛି। ଏହି କ୍ରମରେ ଦିଲ୍ଲୀରେ ମଧ୍ୟ କଂଗ୍ରେସର ବରିଷ୍ଠ କର୍ମକର୍ତ୍ତା ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଏହି ପ୍ରତିବାଦରେ ଦଳର କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ସମେତ ଅନେକ ନେତାଙ୍କୁ ଗିରଫ କରାଯାଇଥିଲା। ସୂଚନା ମୁତାବକ, ଏହି ଜନ ଆନ୍ଦୋଳନ ସମୟରେ ୨୦୦ରୁ ଅଧିକ କଂଗ୍ରେସ ନେତାଙ୍କୁ ଅଟକ ରଖାଯାଇଥିବା ଜଣାପଡ଼ିଛି। ଦିଲ୍ଲୀ ପୋଲିସ ଅଧିକାରୀ କହିଛନ୍ତି ଯେ, ଲୁଟି୍ୟନ୍ସ ଦିଲ୍ଲୀର ୫୦ଜଣ ଏମ୍‌ପିଙ୍କ ସମେତ ୨୦୦ରୁ ଅଧିକ କଂଗ୍ରେସ ପ୍ରଦର୍ଶନକାରୀଙ୍କୁ ଗିରଫ କରାଯାଇଛି। ସୂଚନାଯୋଗ୍ୟ, ଶୁକ୍ରବାର ସକାଳେ କଂଗ୍ରେସର ପ୍ରଦର୍ଶନରେ ଅଂଶଗ୍ରହଣ କରିଥିବା ନେତାମାନେ କଳା ପୋଷାକ ପିନ୍ଧିଥିଲେ। ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ କଂଗ୍ରେସ ଏମ୍‌ପିମାନେ ସଂସଦ ଭବନରୁ ରାଷ୍ଟ୍ରପତି ଭବନ ଯାଏ ପଦଯାତ୍ରା କରିଥିଲେ। କିନ୍ତୁ ଏହି ସମୟରେ ପୋଲିସ ସେମାନଙ୍କୁ ଅଟକାଇ ଗିରଫ କରିଥିଲା।

 

Share