ଦରଦାମ ବୃଦ୍ଧି ପ୍ରତିବାଦରେ କଂଗ୍ରେସର ବିକ୍ଷୋଭ

ବାଲେଶ୍ୱର ଅଫିସ,୫ା୮: ଅଖିଳ ଭାରତୀୟ କଂଗ୍ରେସ କମିଟିର ନିଷ୍ପତ୍ତି ଓ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକଙ୍କ ନିର୍ଦ୍ଦେଶାନୁଯାୟୀ ବାଲେଶ୍ୱର ଜିଲା କଂଗ୍ରେସ ପକ୍ଷରୁ ସାମ୍ପ୍ରତିକ ସମୟରେ ଦେଖା ଦେଇଥିବା ନିତ୍ୟ ବ୍ୟବହାର୍ଯ୍ୟ ଜିନିଷର ବେଲଗାମ ଦରଦାମ ବୃଦ୍ଧି ଓ ରାଜ୍ୟ ତଥା ଦେଶରେ ବଢ଼ୁଥିବା ବେକାରୀ ସମସ୍ୟା ବିରୋଧରେ ଜିଲାପାଳ ଅଫିସ ଘେରାଉ ଓ ଆଇନ ଅମାନ୍ୟ ଆନ୍ଦୋଳନ ଅନୁଷ୍ଠିତ ହେବ। ସଭାପତି, ବାଲେଶ୍ୱର ଜିଲା କଂଗ୍ରେସ କମିଟି ସଞ୍ଜୀବ ଗିରିଙ୍କ ନେତୃତ୍ୱରେ ବାଲେଶ୍ୱର ଗାନ୍ଧୀ ସ୍ମୃତି ଭବନ ପରିସରରୁ ଏକ ବିଶାଳ ଶୋଭାଯାତ୍ରାରେ ଆସି ଜିଲାପାଳଙ୍କ ଅଫିସ ଘେରାଉ କରାଯାଇଛି।