ଅଘୋଷିତ ବିଦ୍ୟୁତ୍‌ କାଟ ପ୍ରତିବାଦରେ କଂଗ୍ରେସର ବିକ୍ଷୋଭ

ଭଦ୍ରକ,୨୭।୬(ସନାତନ ରାଉତ ): ଅଘୋଷିତ ବିଦ୍ୟୁତ୍‌ କାଟ ଓ ଦରବୃଦ୍ଧି ପ୍ରତିବାଦରେ କଂଗ୍ରେସ ପକ୍ଷରୁ ଭଦ୍ରକ ଟାଟା ପାୱାର ଅଫିସ ଆଗରେ ମଙ୍ଗଳବାର ବିକ୍ଷୋଭ ପ୍ରଦର୍ଶନ ହୋଇଛି। ଜିଲା ସଭାପତି ଅଶୋକ ଦାଶଙ୍କ ସଭାପତିତ୍ୱରେ ପୂର୍ବତନ ଏମ୍‌ପି ଅନନ୍ତ ପ୍ରସାଦ ସେଠୀ, ପୂର୍ବତନ ଜିଲା ସଭାପତି ସୁବ୍ରତ ଦାସ, କଂଗ୍ରେସ ନେତା ନଳିନୀ ମହାନ୍ତି, ଦିଗମ୍ବର ଦାଶ, ନିଶିକାନ୍ତ ମିଶ୍ର, ପ୍ରଦ୍ୟୁମ୍ନ ଦାସ, ବିଜୟ ବାରିକ ପ୍ରମୁଖ ଏଥିରେ ଯୋଗ ଦେଇଥିଲେ। ଟାଟା କମ୍ପାନୀ ଅହେତୁକ ଦରବୃଦ୍ଧି କରି ଉପଭୋକ୍ତାମାନଙ୍କୁ ଶୋଷଣ କରୁଛି ଏବଂ ଅସହ୍ୟ ଗୁଳୁଗୁଳି ସମୟରେ ଅଘୋଷିତ ବିଦ୍ୟୁତ୍‌ କାଟ କରି ଯନ୍ତ୍ରଣା ଦେଉଛି କହି ରାଜ୍ୟ ସରକାର ଓ ଟାଟା ପାୱାର ବରୋଧରେ ଖୁବ୍‌ ବର୍ଷିଥିଲେ। ଶେଷରେ କଂଗ୍ରେସ ନେତୃବୃନ୍ଦ ମୁଖ୍ୟ ନିର୍ବାହୀ ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ।