ଅଧିବେଶନ ଆରମ୍ଭ ପୂର୍ବରୁ ବିଧାନସଭା ପ୍ରବେଶ ପଥରେ କଂଗ୍ରେସର ବିକ୍ଷୋଭ

ଭୁବନେଶ୍ବର,୧।୧୨(ବ୍ୟୁରୋ): ଗୃହକୁ ପ୍ରବେଶ ପୂର୍ବରୁ ବିରୋଧୀଙ୍କ ହଟ୍ଟଗୋଳ ଆରମ୍ଭ ହୋଇଯାଇଛି। ଶୀତ ଅଧିବେଶନ ଆରମ୍ଭ ପୂର୍ବରୁ ବିଧାନସଭା ପ୍ରବେଶ ପଥରେ କଂଗ୍ରେସ ବିକ୍ଷୋଭ ପଦର୍ଶନ କରିଛି । ମମିତାଙ୍କୁ ନ୍ୟାୟ ଓ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବିରେ ବିଧାନସଭା ପ୍ରବେଶ ଦ୍ୱାରରେ କଂଗ୍ରେସ ବିଧାୟକ ଧାରଣା ଦେଇଛନ୍ତି ।

ହାତରେ ପ୍ଲାକାର୍ଡ ଧରି ଧାରଣାରେ ବିଧାୟକ ବସିଛନ୍ତି । ଗୃହକୁ ମନ୍ତ୍ରୀ ପ୍ରବେଶ କଲେ ପବିତ୍ର ଗୃହ ଅପବିତ୍ର ହେବ ବୋଲି କଂଗ୍ରେସ ବିଧାୟକମାନେ କହିଛନ୍ତି । ତେବେ ଏହି ଧାରଣାରେ ବିଧାୟକ ସୁରେଶ ରାଉତରାୟ, ତାରାପ୍ରସାଦ ବାହିନୀପତି , ସନ୍ତୋଷ ସିଂ ସାଲୁଜା, ଅଧିରାଜ ପାଣିଗ୍ରାହୀ ତଥା ଅନ୍ୟ ବିଧାୟକ ପ୍ରବେଶ ଦ୍ବାରରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ବିଧାନସଭାର ୨ଟି ପ୍ରବେଶ ପଥ ବନ୍ଦ କରିଥିବା ଜଣାପଡିଛି।

Share