ଏସ୍‌ପି ଅଫିସ ସମ୍ମୁଖରେ କଂଗ୍ରେସର ବିକ୍ଷୋଭ

ବଲାଙ୍ଗିର ଅଫିସ,୧୪।୧୨: ଓଡ଼ିଶା କଂଗ୍ରେସ ଭବନ ଭିତରେ ପଶି ଛାତ୍ର କଂଗ୍ରେସର କର୍ମକର୍ତ୍ତାଙ୍କୁ ପୋଲିସର ଆକ୍ରମଣ ପ୍ରତିବାଦରେ ମଙ୍ଗଳବାର ବଲାଙ୍ଗିର ଜିଲା ଏସ୍‌ପି ଅଫିସ ଆଗରେ କଂଗ୍ରେସ କମିଟି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ା ମମିତା ମେହେର ହତ୍ୟା ଘଟଣାରେ ଶାନ୍ତିପୂର୍ଣ୍ଣ ପ୍ରତିବାଦ କରୁଥିବା ସମୟରେ ଭୁବନେଶ୍ୱର କଂଗ୍ରେସ ଭବନକୁ ପଶି ଛାତ୍ରନେତାଙ୍କୁ ପୋଲିସ ଅମାନୁଷିକ ମରଣାନ୍ତକ ଆକ୍ରମଣ କରିଥିଲେ। ଏହାର ପ୍ରତିବାଦରେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ଯୋଗଦେଇ କଡ଼ା ନିନ୍ଦା କରିଛନ୍ତି। ଏଥିରେ କଂଗ୍ରେସର ବହୁ କର୍ମକର୍ତ୍ତା ଯୋଗ ଦେଇଥିଲେ।

Share