କେନ୍ଦ୍ର ସରକାରଙ୍କ ପ୍ରତିଶୋଧ ରାଜନୀତିର ପ୍ରତିବାଦରେ କଂଗ୍ରେସର ବିକ୍ଷୋଭ

ଦେବଗଡ଼,୧୭ା୬(ଡି.ଏନ୍‌.ଏ.): କେନ୍ଦ୍ର ସରକାରଙ୍କ ପ୍ରତିଶୋଧ ରାଜନୀତି ଓ କେନ୍ଦ୍ରୀୟ ପୋଲିସର ବର୍ବରତା ପ୍ରତିବାଦରେ ଶୁକ୍ରବାର ଦେବଗଡ଼ ଜିଲା କଂଗ୍ରେସ ପକ୍ଷରୁ ସ୍ଥାନୀୟ ମୁଖ୍ୟ ଡାକଘର ସମ୍ମୁଖରେ ବିଶାଳ ଗଣ ବିକ୍ଷୋଭ କରାଯାଇଛି। ଆଜି ପୂର୍ବାହ୍ନରେ ଜିଲା କଂଗ୍ରେସ ସଭାପତି ଉମାଶଙ୍କର ସାହୁଙ୍କ ନେତୃତ୍ୱରେ ମହିଳା କଂଗ୍ରେସ ସଭାନେତ୍ରୀ ମଞ୍ଜୁଲତା ନାଏକ,ପୂର୍ବତନ ଜିଲା ସଭାପତି ସେମ ହେମ୍ବ୍ରମ, ପୂର୍ବତନ ନଗରପାଳ ନେତ୍ରାନନ୍ଦ ସାମଲ,ପୂର୍ବତନ କାଉନସିଲର ମଞ୍ଜୁଳ ନାଏକ, ବରିଷ୍ଠ କଂଗ୍ରେସ ନେତା ପ୍ରମୋଦ କୁମାର ମିଶ୍ର,ବସନ୍ତ କୁମାର ମିଶ୍ର,ସୁଶୀଲ କୁମାର ସାହୁ, ସୁଶାନ୍ତ କୁମାର ସ୍ବାଇଁଙ୍କ ସମେତ ଶତାଧିକ କଂଗ୍ରେସ କର୍ମୀ ଓ ଦଳୀୟ ପଦାଧିକାରୀ ଏକତ୍ରିତ ହୋଇ କେନ୍ଦ୍ର ସରକାର ବିରୋଧରେ ବିଭିନ୍ନ ସ୍ଲୋଗାନ ଦେବା ସହ ଧାରଣାରେ ବସିଥିଲେ।