Categories: ଜାତୀୟ

୫୩ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କଲା କଂଗ୍ରେସ

ନୂଆଦିଲ୍ଲୀ,୧୮ା୧୦: ଛତିଶଗଡ଼ ବିଧାନସଭା ନିର୍ବାଚନ ପାଇଁ ବୁଧବାର କଂଗ୍ରେସ ଦ୍ୱିତୀୟ ପର୍ଯ୍ୟାୟରେ ୫୩ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିଛି। ବରିଷ୍ଠ ନେତା ମୋତିଲାଲ ଭୋରାଙ୍କ ପୁଅ ଅରୁନ୍‌ ଭୋରାଙ୍କୁ ଦୁର୍ଗ ସିଟି ଆସନରୁ ପ୍ରାର୍ଥୀ କରାଯାଇଛି। ଦ୍ୱିତୀୟ ପ୍ରାର୍ଥୀ ତାଲିକା ସହ ଛତିଶଗଡ଼ର ମୋଟ୍‌ ୯୦ ଆସନ ମଧ୍ୟରୁ ୮୩ଟିରେ କଂଗ୍ରେସ ପ୍ରାର୍ଥୀ ଦେଇଛି। ବିଧାୟକ ବିକାଶ ଉପାଧ୍ୟାୟ ରାୟପୁର ସିଟି ଓ୍ବେଷ୍ଟ ଆସନରୁ ପ୍ରାର୍ଥୀ ହୋଇଥିବା ବେଳେ ପଙ୍କଜ ଶର୍ମା ରାୟପୁର ଗ୍ରାମାଞ୍ଚଳ ଏବଂ ମହନ୍ତ ରାମସୁନ୍ଦର ଦାସ ରାୟପୁର ସିଟି ସାଉଥ୍‌ ଆସନରୁ ପ୍ରାର୍ଥୀ ହୋଇଛନ୍ତି। ଛତିଶଗଡ଼ ବିଧାନସଭା ନିର୍ବାଚନ ଆସନ୍ତା ନଭେମ୍ବର ୭ ଏବଂ ୧୭ ତାରିଖ ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ। ଡିସେମ୍ବର ୩ରେ ଫଳ ପ୍ରକାଶ ପାଇବ।

Share