Advertisement
Categories: ଜାତୀୟ

ଦିଲ୍ଲୀରେ ରହିବେ ନାହିଁ ସୋନିଆ ଗାନ୍ଧୀ

ନୂଆଦିଲ୍ଲୀ,୨୦।୧୧: ଦିଲ୍ଲୀରେ ପ୍ରଦୂଷଣ ବୃଦ୍ଧି ଯୋଗୁ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ଆସନ୍ତା ସପ୍ତାହ ପର୍ଯ୍ୟନ୍ତ ଦିଲ୍ଲୀ ବାହାରେ ରହିବେ। ଡାକ୍ତରଙ୍କ ପରାମର୍ଶରେ ଏକ ଅନୁକୂଳ ପରିବେଶରେ ଦିଲ୍ଲୀ ବାହାରେ କିଛି ସମୟ ସେ ଅତିବାହିତ କରିବେ। ଫଳରେ ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀ ଶୁକ୍ରବାର ଗୋଆ ଅଭିମୁଖେ ଯାଇଛନ୍ତି। ସୋନିଆ ଗୋଆରେ ପ୍ରାୟ ଏକ ସପ୍ତାହ ରହିବେ। ଗତ କିଛି ବର୍ଷ ଧରି ସୋନିଆ ଗାନ୍ଧୀ ଶୀତ ମାସରେ ଦିଲ୍ଲୀ ବାହାରେ କିଛି ସମୟ ବିତାଉଥିଲେ। ସ୍ବାସ୍ଥ୍ୟଗତ କାରଣରୁ ଦିଲ୍ଲୀରେ ପ୍ରଦୂଷଣ ବୃଦ୍ଧି ହେତୁ ତାଙ୍କ ସ୍ବାସ୍ଥ୍ୟ ଖରାପ ହେବାର ଆଶଙ୍କା ରହିଛି। ଗତ ବର୍ଷ ମଧ୍ୟ ସେ ଗୋଆରେ ଏକ କିମ୍ବା ଦୁଇ ସପ୍ତାହ ବିତାଇଥିଲେ। ଅବଶ୍ୟ, କରୋନା ଅବଧିରେ ସୋନିଆ କେବଳ ଭିଡିଓ କନଫରେନ୍ସ ମାଧ୍ୟମରେ ସମସ୍ତ ସଭା ଏବଂ ବୈଠକରେ ଅଂଶଗ୍ରହଣ କରୁଛନ୍ତି। ସୂଚନାଯୋଗ୍ୟ, ଚଳିତ ବର୍ଷ ଦୀପାବଳି ଅବସରରେ ଦିଲ୍ଲୀରେ ପ୍ରଦୂଷଣ ସ୍ତର ଅଧିକ ଥିଲା। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି) ଏହାର ରିପୋର୍ଟରେ କହିଛି ଯେ ୨୦୧୯ ତୁଳନାରେ ଚଳିତ ବର୍ଷ ଦୀପାବଳିରେ ପ୍ରଦୂଷଣ ପରିମାଣ ଅଧିକ ଥିଲା।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share