ସୁଭଦ୍ରା ଯୋଜନା ଏସ୍‌ଓପିକୁ ନେଇ ପ୍ରଶ୍ନ ଉଠାଇଲା କଂଗ୍ରେସ, ବାହିନୀପତି କହିଲେ…

ଭୁବନେଶ୍ୱର,୨୦।୮(ଅନିଲଦାସ): ଅଗଷ୍ଟ ୧୫ ତାରିଖ ସୁଦ୍ଧା ‘ସୁଭଦ୍ରା’ ଯୋଜନାର ଏସ୍‌ଓପି ଆସିବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଗଣମାଧ୍ୟମକୁ ସୂଚନା ଦେଇଥିଲେ। ସ୍ବାଧୀନତା ଦିବସ ଯାଇ ରାଖୀ ଆସିଲାଣି। ହେଲେ ‘ସୁଭଦ୍ରା’ ଯୋଜନାର ଏସ୍‌ଓପି ଆସିଲା ନାହିଁ। କୁଆଡ଼େ ଗଲା ‘ସୁଭଦ୍ରା’ ଯୋଜନାର ଏସ୍‌ଓପି ବୋଲି କଂଗ୍ରେସର ବରିଷ୍ଠ ବିଧାୟକ ତାରା ପ୍ରସାଦ ବାହିନୀପତି ପ୍ରଶ୍ନ କରିଛନ୍ତି ।
କହିଛନ୍ତି, ଉପମୁଖ୍ୟମନ୍ତ୍ରୀ ମଜୁରିଆଙ୍କୁ ଆଜି ନାହିଁ, କାଲିକି ଆସ କହିବା ଭଳି ‘ସୁଭଦ୍ରା’ ଯୋଜନା ଏସ୍‌ଓପି କ୍ଷେତ୍ରରେ ସେହିଭଳି କରୁଛନ୍ତି। ତୁରନ୍ତ ରାଜ୍ୟ ସରକାର ‘ସୁଭଦ୍ରା’ ଯୋଜନା ଏସ୍‌ଓପି ଆଣନ୍ତୁ। ନଚେତ୍‌ କଂଗ୍ରେସ ବିଧାନସଭାରେ ଏ ପ୍ରସଙ୍ଗ ଉଠାଇବ ବୋଲି ସେ କହିଛନ୍ତି। ଏଥିସହିତ ଆଗାମୀ ଦିନରେ କଂଗ୍ରେସ ପୋଲାଭରମ୍‌, କୋଟିଆ ପ୍ରସଙ୍ଗକୁ ଜୋରଦାର କରିବ। ଆଦିବାସୀଙ୍କ ପାଇଁ କଂଗ୍ରେସ ସରକାର ପେସା ଆଇନ ଆଣିଥିଲେ। ହେଲେ ଆଜି ପର୍ଯ୍ୟନ୍ତ ରାଜ୍ୟ ସରକାର ପେସା ଆଇନ ଲାଗୁ କରିନାହାନ୍ତି। ଖାଲି ଭଣ୍ଡାଇ ଚାଲିଛନ୍ତି। ଖୁବ୍‌ଶୀଘ୍ର ରାଜ୍ୟ ସରକାର ପେସା ଆଇନ ଲାଗୁ କରାନ୍ତୁ। ସେହିପରି ବେକାରି ସମସ୍ୟା, ଆଳୁ ସଙ୍କଟ ଭଳି ଅନେକ ପ୍ରସଙ୍ଗ କଂଗ୍ରେସ ବିଧାନସଭାରେ ଉଠାଇବ ବୋଲି ତାରା କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

କାଲି ଆସିବ ବଡ଼ ନିଷ୍ପତ୍ତି, ଭରତପୁର ଘଟଣାରେ ପୋଲିସର ଭୁବନେଶ୍ୱରରେ ବସିବ ବଡ଼ ବୈଠକ

ଭୁବନେଶ୍ୱର,୨୧।୯: ତୀବ୍ର ହେଲା ଭରତପୁର ପୋଲିସ-ମେଜର ବିବାଦ। ଘଟଣାକୁ ନେଇ ବଡ଼ ବୈଠକ ଡାକିଲା ଓଡ଼ିଶା ପୋଲିସ ସେବା ସଂଘ। ଏନେଇ ରବିବାର ଭୁବନେଶ୍ବରରେ ବସିବ...

୫୦ ଟଙ୍କା ନେଇ ଧରାପଡ଼ିଲେ ମୋ ସେବା କେନ୍ଦ୍ର ମାଲିକ

ରାଉରକେଲା,୨୧।୯(ସଙ୍ଗୀତା ଜେନା): ପ୍ଲାଣ୍ଟସାଇଟ୍‌ ଥାନା ଅନ୍ତର୍ଗତ ଷ୍ଟେଶନ ରୋଡ୍‌ରେ ଥିବା ଏକ ମୋ ସେବା କେନ୍ଦ୍ରର ମାଲିକ ସୁଭଦ୍ରା ଯୋଜନା ପାଇଁ ହିତାଧିକାରୀଙ୍କୁ ୫୦ ଟଙ୍କା...

ଲାଞ୍ଚ ନେଇ ଧରା ପଡିଲେ ୨ ପୋଲିସ ବାବୁ, ଜବତ ବାଇକ୍‌ ଫେରାଇବା ପାଇଁ…

ନବରଙ୍ଗପୁର,୨୧।୯: ଲାଞ୍ଚ ନେଇ ଧରାପଡ଼ଛନ୍ତି ୨ ପୋଲିସ କର୍ମଚାରୀ। ନବରଙ୍ଗପୁର ପାପଡ଼ାହାଣ୍ଡି ଥାନାର ୨ କର୍ମଚାରୀ ଲାଞ୍ଚ ନେଉଥିବା ଅବସ୍ଥାରେ ଧରା ପଡିଛନ୍ତି। ସେମାନେ ହେଲେ...

ଏମାନଙ୍କୁ ଆଦୌ ମିଳିବନି ସୁଭଦ୍ରା ଟଙ୍କା, ଆବେଦନ କଲେ ବି କଟିଯିବ…

ଭୁବନେଶ୍ୱର,୨୧।୯: ସୁଭଦ୍ରା ଯୋଜନାର ଶୁଭାରମ୍ଭ ପରେ ୨୫ ଲକ୍ଷ ମହିଳାଙ୍କ ଆକାଉଣ୍ଟକୁ ଟଙ୍କା ଯାଇଛି। ପ୍ରାୟ ୧୨ ଶହ ୫୦ କୋଟି ଟଙ୍କା ସୁଭଦ୍ରା ହିତାଧିକାରୀଙ୍କ...

ଅଭିଯୋଗ ପ୍ରକୋଷ୍ଠରେ ରହିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ନିଜ ଘର ଦେଇଦେଲେ…

ଭୁବନେଶ୍ୱର,୨୧।୯: ଉଦାହରଣ ସୃଷ୍ଟିକଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଲୋକଙ୍କ ପାଇଁ ନିଜ ଘର ଦେଇଦେଲେ ମୁଖ୍ୟମନ୍ତ୍ରୀ। କେନ୍ଦୁଝରରେ ଥିବା ନିଜ ମଣ୍ଡୁଆ ବାସଭବନକୁ ଲୋକଙ୍କୁ ଉତ୍ସର୍ଗ...

ଗୋଟିଏ ଟ୍ରାକ୍‌ରେ ୨ ଟ୍ରେନ୍‌ ସାମ୍‌ନା ସାମ୍‌ନି

ରାଉରକେଲା,୨୧।୯(ଦିନେଶ ମିଶ୍ର): ରାଉରକେଲା ବାସନ୍ତୀ ରେଲୱେ ଓଭରବ୍ରିଜ ନିକଟରେ ଶନିବାର ଗୋଟିଏ ରେଳ ଦୁର୍ଘଟଣା ଟଳିଯାଇଛି। ଗୋଟିଏ ରେଳ ଟ୍ରାକ୍‌ରେ ଗୋଟିଏ ମାଲବାହୀ ଓ ଅନ୍ୟଟି...

ସୃଷ୍ଟିହେଲା ୨ଟି ଘୂର୍ଣ୍ଣିବଳୟ, ୧୨ଜିଲାରେ ଅତି ପ୍ରବଳ ବର୍ଷିବ

ଭୁବନେଶ୍ୱର,୨୧।୯: ବଙ୍ଗୋପସାଗର ଓ ତତ୍‌ ସଂଲଗ୍ନ ଅଞ୍ଚଳରେ ୨ଟି ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଏହାର ପ୍ରଭାବରେ ୨୩ ତାରିଖ ସୁଦ୍ଧା ଲଘୁଚାପ କ୍ଷେତ୍ର ସୃଷ୍ଟି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri