ନୂଆଦିଲ୍ଲୀ,୨୬ା୪(ପି.ଟି.): ପିଏମ୍ କେୟାର୍ସ ପାଣ୍ଠିରେ ବହୁତ କିଛି ଲୁଚାଛପାରେ ଚାଲିଥିବା କଂଗ୍ରେସ ଅଭିଯୋଗ କରିଛି। ଏଥିରେ କ’ଣ ପାଇଁ ସ୍ବଚ୍ଛତା କିମ୍ବା ଉତ୍ତରଦାୟିତ୍ୱ ନାହିଁ ବୋଲି ଦଳ ପ୍ରଶ୍ନ କରିଛି। ପାଣ୍ଠିର ୬୦ ପ୍ରତିଶତ ରାଷ୍ଟ୍ରାୟତ୍ତ କମ୍ପାନୀଗୁଡ଼ିକରୁ ମିଳୁଥିବାରୁ ଅଡିଟ୍ କିମ୍ବା ଆର୍ଟିଆଇରେ ତଥ୍ୟ ମିଳିବନି କାହିଁକି ବୋଲି କଂଗ୍ରେସ ମୁଖପାତ୍ର ଅଭିଷେକ ମନୁ ସିଂଘଭି ପ୍ରଶ୍ନ କରିଛନ୍ତି। ପିଏମ୍-କେୟାର୍ସ ୫,୦୦୦ କୋଟି ଟଙ୍କା ଚାନ୍ଦା ପାଇଥିବାରୁ ଏହା ଅଧକ ସ୍ବଚ୍ଛ ଓ ଉତ୍ତରଦାୟୀ ହେବାକୁ ସିଂଘଭି ଦାବି କରିଛନ୍ତି। ସୂଚନାଅଧିକାର ଆଇନ ବଳରେ ପିଏମ୍-କେୟାର୍ସ ତଥ୍ୟ ସାଧାରଣ ଜନତା ପାଇବା ଆବଶ୍ୟକ ବୋଲି ସେ କହିଛନ୍ତି।