ନୂଆଦିଲ୍ଲୀ,୧୧।୩: ନାଗରିକତା ସଂଶୋଧନ ନିୟମ (ସିଏଏ)କୁ ନେଇ କେନ୍ଦ୍ର ସରକାର ଏକ ବିଜ୍ଞପ୍ତି ଜାରି କରିଛନ୍ତି। ଏହା ପ୍ରକାଶ ପାଇବା ମାତ୍ରେ ଏହାକୁ ନେଇ କଂଗ୍ରେସ ପ୍ରତିକ୍ରିୟା ଦେଇଛି। ସିଏଏ ଲାଗୁ କରିବାର ସମୟକୁ ନେଇ କଂଗ୍ରେସ ପ୍ରଶ୍ନ ଉଠାଇଛି।
କଂଗ୍ରେସ ନେତା ଜୟରାମ ରମେଶ କହିଛନ୍ତି, ଡିସେମ୍ବର ୨୦୧୯ରେ ସଂସଦରେ ପାରିତ ହୋଇଥିବା ସିଏଏର ବିଜ୍ଞପ୍ତି ଜାରି କରିବାକୁ ମୋଦି ସରକାରଙ୍କୁ ଚାରି ବର୍ଷ ତିନି ମାସ ସମୟ ଲାଗିଗଲା। ପ୍ରଧାନମନ୍ତ୍ରୀ ଦାବି କରନ୍ତି ଯେ ତାଙ୍କ ସରକାର ଅତ୍ୟନ୍ତ ବୃତ୍ତିଗତ ଢଙ୍ଗରେ ଏବଂ ଠିକ୍ ସମୟରେ କାର୍ଯ୍ୟ କରନ୍ତି। କଂଗ୍ରେସ ନେତା ଆହୁରି କହିଛନ୍ତି, ପ୍ରଧାନମନ୍ତ୍ରୀ ଜାଣିଶୁଣି ଲୋକ ସଭା ନିର୍ବାଚନ ପୂର୍ବରୁ ସିଏଏ ବିଜ୍ଞପ୍ତି ଜାରି କରିଛନ୍ତି।