Advertisement

ଓଡ଼ିଶା ପାଇଁ ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ କଲା କଂଗ୍ରେସ

ଭୁବନେଶ୍ୱର,୪।୫: ଓଡ଼ିଶାରେ ଲୋକ ସଭା ଏବଂ ବିଧାନସଭା ନିର୍ବାଚନରେ ପ୍ରଚାର ପାଇଁ ଓଡିଶା ଆସିବେ କଂଗ୍ରେସ ହେବିୱେଟ୍। ଶନିବାର କଂଗ୍ରେସ ପକ୍ଷରୁ ଓଡ଼ିଶା ପାଇଁ ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ କରାଯାଇଛି। ତାଲିକାରେ ସୋନିଆ, ରାହୁଲ, ପ୍ରିୟଙ୍କା, ଖାର୍ଗେ, ରେବନ୍ତ ରେଡ୍ଡୀ, ଭୂପେଶ ବଘେଲ, ସଚିନ ପାଇଲଟଙ୍କ ଭଳି ନାଁ ତାଲିକାରେ ରହିଛି।

ତାଲିକାରେ ଅଳକା ଲାମ୍ବା, କହ୍ନେୟା କୁମାର, ମିନାକ୍ଷୀ ନଟରାଜନ, ଅଜୟ କୁମାର, ଶରତ ପଟ୍ଟନାୟକ, ନରସିଂହ ମିଶ୍ର, ମଲୁ ଭାଟି ବିକ୍ରମ,ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା, ପ୍ରସାଦ ହରିଚନ୍ଦନ, ଭକ୍ତ ଚରଣ ଦାସ, ଶ୍ରୀକାନ୍ତ ଜେନା, ପଞ୍ଚାନନ କାନୁନଗୋ, ବିଜୟ କୁମାର ପଟ୍ଟନାୟକ ଆଦି ସାମିଲ ଅଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share
Tags: odisha