Categories: ଜାତୀୟ

କଂଗ୍ରେସ ପକ୍ଷରୁ ୧୪୪ ପ୍ରାର୍ଥୀଙ୍କ ପ୍ରଥମ ତାଲିକା ପ୍ରକାଶ, ଛିିନ୍ଦୱାଡାରୁ ଲଢ଼ିବେ କମଲ ନାଥ…

ଭୋପାଳ,୧୫।୧୦ : (୦୧) ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀଙ୍କ ପ୍ରଥମ ତାଲିକା ପ୍ରକାଶ କରିଛି। ଦଳ ବର୍ତ୍ତମାନ ୨୩୦ ସିଟ ମଧ୍ୟରୁ ୧୪୪ ନାମ ଅନୁମୋଦନ କରିଛି। କମଲ ନାଥ ଏଥର ଛିନ୍ଦୱାଡାରୁ ନିର୍ବାଚନ ଲଢ଼ିବେ। ପାର୍ଟି ପୂର୍ବରୁ ନବରାତ୍ରୀରେ ନାମ ଘୋଷଣା କରିବ ବୋଲି ସୂଚନା ପ୍ରଦାନ କରିଥିଲା।

ସଞ୍ଜୟ ଶୁକ୍ଲାଙ୍କୁ ଇନ୍ଦୋରରେ କୈଲାସ ବିଜୟଭର୍ଗୀୟଙ୍କ ବିରୋଧରେ ଲଢ଼ିବା ପାଇଁ ଟିକେଟ ଦିଆଯାଇଛି। ଦଳ ପକ୍ଷରୁ ଦିଗବିଜୟ ସିଂଙ୍କ ପୁଅ ଏବଂ ଭାଇଙ୍କୁ ମଧ୍ୟ ଟିକେଟ ଦିଆଯାଇଛି।

ଏଥର କଂଗ୍ରେସ ପାର୍ଟି ଗତଥର କ୍ଷମତା ପରିବର୍ତ୍ତନରୁ ଶିକ୍ଷା ଗ୍ରହଣ କରିଥିବା ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ଗତଥର କ୍ଷମତାକୁ ଆସିବା ପରେ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ବିଦ୍ରୋହ ପରେ କଂଗ୍ରେସ ସରକାରଙ୍କର ପତନ ଘଟିଥିଲା।

ଏହାକୁ ଦୃଷ୍ଟିରେ ରଖି ଏଥର ପାର୍ଟି କେବଳ ବିଶ୍ୱସ୍ତ ଲୋକଙ୍କୁ ଏବଂ ଆଭ୍ୟନ୍ତରୀଣ ସର୍ଭେ ଫଳାଫଳ ଅନୁଯାୟୀ ଟିକେଟ ଦେଇଛି।

Share