Categories: ଜାତୀୟ

ପଶ୍ଚିମବଙ୍ଗ ନିର୍ବାଚନ: ୩୦ ଷ୍ଟାର ପ୍ରଚାରକଙ୍କ ନାମ ଘୋଷଣା କଲା କଂଗ୍ରେସ

ନୂଆଦିଲ୍ଲୀ,୧୨ ।୩: ପଶ୍ଚିମବଙ୍ଗ ନିର୍ବାଚନର ହଟ୍ ସିଟ୍ ନନ୍ଦିଗ୍ରାମ ପାଇଁ ଶୁକ୍ରବାର ଭାରତୀୟ ଜନତା ପାର୍ଟି(ଭଜପା)ର ଶୁଭେନ୍ଦୁ ଅଧିକାରୀ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି । ଦୁଇ ଦିନ ପୂର୍ବରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହି ଆସନରୁ ନିଜର ପ୍ରାର୍ଥିପତ୍ର ଦାଖଲ କରିଥିଲେ । ତେଣୁ ଶୁଭେନ୍ଦୁଙ୍କ ମୁକାବିଲା ସିଧାସଳଖ ମମତାଙ୍କ ସହ ହେବ । ମମତା ପ୍ରାର୍ଥିପତ୍ର ଦାଖଲ କରିବା ସମୟରେ ତାଙ୍କ ଉପରେ ଯେଉଁ ଆକ୍ରମଣ ହୋଇଥିଲା ଏହାକୁ ନେଇ ତୃଣମୂଳ କଂଗ୍ରେସ(ଟିଏମ୍‌ସି)ନେତା କଳାପଟି ପାନ୍ଧି ଶୁକ୍ରବାର ନିର୍ବାଚନ ଆୟୋଗକଙ୍କୁ ଭେଟି ଘଟଣାର ଉଚ୍ଚ ସ୍ତରୀୟ ତଦନ୍ତ ଦାବି କରିଛନ୍ତି । ଅନ୍ୟପଟେ କଂଗ୍ରେସ ପଶ୍ଚିମବଙ୍ଗ ନିର୍ବାଚନ ପାଇଁ ୩୦ ଷ୍ଟାର ପ୍ରଚାରକଙ୍କ ନାମ ଘୋଷଣା କରିଛି । ଏହି ତାଲିକାରେ ରହିଛନ୍ତି, ଦଳର ଅସ୍ଥାୟୀ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ, ଦଳର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ, ଦଳ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା, ସଚ୍ଚିନ ପାଇଲଟ, ନବଜୋତ ସିଂ ସିନ୍ଧୁ, ଅଭିଜିତ ମୁଖାର୍ଜୀ ଓ ମହମ୍ମଦ ଆଜାରୁଦ୍ଦିନ ପ୍ରମୁଖ । ଏଥର ଦଳ ପଶ୍ଚିମବଙ୍ଗରେ ଭଲ ପ୍ରଦର୍ଶନ କରିବା ଲକ୍ଷ୍ୟ ନେଇ ମଇଦାନକୁ ଓହ୍ଲାଇଥିବା ବେଳେ ଅନ୍ୟପଟେ ଭାଜପା ଓ ଟିଏମ୍‌ସି ମଧ୍ୟରେ କଡା ଟକ୍କର ହେବ ବୋଲି କୁହାଯାଉଛି ।

Share