Categories: ଜାତୀୟ

ମିଜୋରାମ ପାଇଁ ପ୍ରଥମ ପ୍ରାର୍ଥୀ ତାଲିକା ଜାରି କଲା କଂଗ୍ରେସ

ଆଇଜଲ,୧୬।୧୦: )ମିଜୋରାମ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ସୋମବାର କଂଗ୍ରେସ ପ୍ରଥମ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ୪୦ ଟି ବିଧାନସଭା ଆସନ ବିଶିଷ୍ଟ ଏହି ରାଜ୍ୟରେ କଂଗ୍ରେସ ୩୯ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ଦଳ କେବଳ ଲୁଙ୍ଗଲେଇ ଦକ୍ଷିଣ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରି ନାହିଁ।

ଦଳ ପ୍ରକାଶ କରିଥିବା ପ୍ରାର୍ଥୀଙ୍କ ତାଲିକା ଅନୁଯାୟୀ ଲାଲସାୱତାଙ୍କୁ ଆଇଜଲ ପଶ୍ଚିମ -୩ ବିଧାନସଭା ନିର୍ବାଚନମଣ୍ଡଳୀରୁ ଟିକେଟ ଦିଆଯାଇଛି। ଆଇଜଲ ପୂର୍ବ -୧ ରୁ ଲାଲସଙ୍ଗଲରା ରାତଲେ, ଆଇଜଲ ପଶ୍ଚିମ -୧ ରୁ ଆର. ଲଲବିୟକଥାଂଗ ଓ ପଲାକରୁ ଆଇପି ଜୁନିଅରଙ୍କୁ ପ୍ରାର୍ଥୀ କରାଯାଇଛି।
ମିଜୋରାମର ସମସ୍ତ ୪୦ଟି ବିଧାନସଭା ଆସନ ପାଇଁ ଭୋଟ ନଭେମ୍ବର ୭ରେ ଅନୁଷ୍ଠିତ ହେବ ଏବଂ ଡିସେମ୍ବର ୩ ରେ ଭୋଟ ଗଣନା କରାଯିବ। ମିଜୋରାମ ବିଧାନସଭାର କାର୍ଯ୍ୟକାଳ ଡିସେମ୍ବର ୧୭ରେ ଶେଷ ହେବ। ଏହି ଉତ୍ତର-ପୂର୍ବ ରାଜ୍ୟରେ ମିଜୋ ନ୍ୟାସନାଲ ଫ୍ରଣ୍ଟ କ୍ଷମତାରେ ଅଛି।

Share