Categories: ଜାତୀୟ

କଂଗ୍ରେସ ଘୋଷଣା କଲା ପ୍ରଥମ ପ୍ରାର୍ଥୀ ତାଲିକା, ୱାୟନାଡରୁ ଲଢ଼ିବେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ,୮।୩: ଲୋକସଭା ନିର୍ବାଚନ ୨୦୨୪ ପାଇଁ ୩୯ ପ୍ରାର୍ଥୀଙ୍କ ପ୍ରଥମ ତାଲିକା ଘୋଷଣା କରିଛି କଂଗ୍ରେସ। ପୁଣିଥରେ ରାହୁଲ ୱାୟନାଡରୁ ପ୍ରତିଦ୍ୱନ୍ଦ୍ୱିତା କରିବେ । ଦଳର କେନ୍ଦ୍ରୀୟ ନିର୍ବାଚନ କମିଟି (ସିଇସି) ବୈଠକର ଗୋଟିଏ ଦିନ ପରେ ଶୁକ୍ରବାର ଦିନ କଂଗ୍ରେସର ସାଧାରଣ ସମ୍ପାଦକ କେ.ସି ଭେନୁଗୋପାଲ ପ୍ରାର୍ଥୀଙ୍କ ପ୍ରଥମ ତାଲିକା ଘୋଷଣା କରିଛନ୍ତି।

ପ୍ରଥମ ତାଲିକାରେ ଉତ୍ତରପ୍ରଦେଶର ପାଇଁ ଦଳ ପ୍ରାର୍ଥୀ ଘୋଷଣା କରିନାହିଁ ଏବଂ ରାହୁଲ ଗାନ୍ଧୀ ମଧ୍ୟ ତାଙ୍କ ପୁରୁଣା ଟର୍ଫ ଆମେଥିରୁ ପ୍ରତିଦ୍ୱନ୍ଦ୍ୱିତା କରିବେ କି ନାହିଁ ତାହା ଏପର୍ଯ୍ୟନ୍ତ ନିଶ୍ଚିତ ହୋଇନାହିଁ। ପ୍ରଥମ ତାଲିକାରେ ଅନ୍ୟ ବରିଷ୍ଠ କଂଗ୍ରେସ ପ୍ରାର୍ଥୀ ମାନଙ୍କ ମଧ୍ୟରେ ପୂର୍ବତନ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ, ଶଶି ଥରୁର, କେସି. ଭେନୁଗୋପାଳ ଆଦି ରହିଛନ୍ତି।

ପୂର୍ବରୁ ଭାଜପା ୧୯୫ ପ୍ରାର୍ଥୀଙ୍କ ତାଲିକା ଘୋଷଣା କରିଛି। ତେବେ ଆସନ୍ତା ସାତ ଦିନ ମଧ୍ୟରେ ୨୦୨୪ ଲୋକସଭା ନିର୍ବାଚନର ତାରିଖ ଘୋଷଣା ହେବାର ସମ୍ଭାବନା ରହିଛି। ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ ଏହି ନିର୍ବାଚନ ୭ ଟି ପର୍ୟ୍ୟାୟରେ ଅନୁଷ୍ଠିତ ହୋଇପାରେ। କିନ୍ତୁ ଏହାପୂର୍ବରୁ ରାଜନୈତିକ ଉସ୍ମତା ବୃଦ୍ଧି ପାଇଛି। ସମସ୍ତ ଦଳ ପ୍ରାର୍ଥୀଙ୍କ ତାଲିକା ପ୍ରସ୍ତୁତ କରିବାରେ ବ୍ୟସ୍ତ ଅଛନ୍ତି।

Share