ଟ୍ରମ୍ପ୍‌ଙ୍କ ଭିଟୋକୁ ରଦ୍ଦ କଲା କଂଗ୍ରେସ

ଓ୍ବାଶିଂଟନ୍‌, ୩।୧(ଆଇଏଏନ୍‌ଏସ୍‌): ଏକ ପ୍ରତିରକ୍ଷା ବିଲ୍‌ ଉପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ଭିଟୋ କ୍ଷମତାକୁ କଂଗ୍ରେସ ରଦ୍ଦ କରି ଦେଇଛି। ଟ୍ରମ୍ପ୍‌ଙ୍କ ୪ ବର୍ଷର ଶାସନ ମଧ୍ୟରେ ପ୍ରଥମ ଥର ତାଙ୍କ ଭିଟୋ ବିରୋଧରେ କଂଗ୍ରେସ ଭୋଟ ଦେଇଛି। ଶୁକ୍ରବାର ନୂଆବର୍ଷ ସ୍ବତନ୍ତ୍ର ଅଧିବେଶନରେ ସିନେଟ ୭୪୦.୫ ବିଲିୟନ ପ୍ରତିରକ୍ଷା ନୀତି ବିଲ୍‌ ବିରୋଧରେ ୮୧:୧୩ରେ ଭୋଟ ଦେଇଥିଲା। ଡେମୋକ୍ରାଟ ନିୟନ୍ତ୍ରଣରେ ଥିବା ହାଉସ୍‌ ଅଫ୍‌ ରିପ୍ରେଜେଣ୍ଟେଟିଭ୍ସରେ ମଧ୍ୟ ବିଲ୍‌ ବିରୋଧରେ ଭୋଟ ପଡ଼ିଥିଲା। ଫଳରେ ୨୦୨୧ ଆର୍ଥତ୍କ ବର୍ଷ ପାଇଁ ନ୍ୟାଶନାଲ ଡିଫେନ୍ସ ଅଥରାଇଜେଶନ ଆକ୍ଟ (ଏନ୍‌ଡିଏଏ) ରଦ୍ଦ ହୋଇଯାଇଛି। ନୂଆ ଆମେରିକା କଂଗ୍ରେସ ଶପଥ ଗ୍ରହଣ କରିବାର ଦୁଇଦିନ ପୂର୍ବରୁ ଏଭଳି ଘଟିଛି। ଗତ ସପ୍ତାହରେ ଟ୍ରମ୍ପ୍‌ ଭିଟୋ ପ୍ରୟୋଗ କରି ୨୦୨୧ ସେପ୍ଟେମ୍ବର ପର୍ଯ୍ୟନ୍ତ ବିନିଯୋଗ ଏବଂ ପେଣ୍ଟାଗନ୍‌ର କାର୍ଯ୍ୟକ୍ରମ ପାଇଁ ନୀତି ପ୍ରଣୟନ ଲାଗି କର୍ତ୍ତୃପକ୍ଷଙ୍କୁ ଅନୁମତି ଦେଇଥିଲେ।

Share