Categories: ଜାତୀୟ

ମଣିପୁର ଘଟଣା ପାଇଁ କଂଗ୍ରେସ ଦାୟୀ: ବୀରେନ ସିଂ

ନୂଆଦିଲ୍ଲୀ,୨୫।୮: ଗତ କିଛି ମାସ ଧରି ଉତ୍ତର-ପୂର୍ବ ରାଜ୍ୟ ମଣିପୁରରେ ଚାଲିଥିବା ହିଂସା ପାଇଁ ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂ କଂଗ୍ରେସକୁ ଦାୟୀ କରିଛନ୍ତି। ରାଜ୍ୟରେ ଶାନ୍ତି ଫେରାଇ ଆଣିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଦେଇଥିବା ନିର୍ଦ୍ଦେଶନାମା ଉପରେ ସେ ଆଲୋକପାତ କରିଛନ୍ତି ଏବଂ ସେମାନଙ୍କ କଥା ଶୁଣିବା ପରେ ରାଜ୍ୟରେ ଶାନ୍ତି ଅଛି ବୋଲି ସେ କହିଛନ୍ତି।
ସେ କହିଛନ୍ତି, ଆମେ ତାଙ୍କ ପରାମର୍ଶକୁ ସବୁବେଳେ ଗ୍ରହଣ କରିଥାଉ। ସଂସଦରେ ପ୍ରଧାନମନ୍ତ୍ରୀ ମୋଦି ଏବଂ ଅମିତ ଶାହାଙ୍କ ବିବୃତ୍ତି ଶୁଣିବା ପରେ ମଣିପୁରରେ ଶାନ୍ତି ରହିଛି। ବିସ୍ଥାପିତ ଲୋକଙ୍କ ପୁନଃଥଇଥାନ ଏବଂ ସମାଧାନ ପାଇଁ ଏହା ନିତିଦିନିଆ କାର୍ଯ୍ୟ। ସ୍ବରାଷ୍ଟ୍ର ମନ୍ତ୍ରୀଙ୍କ ପରାମର୍ଶ ନେବାକୁ ଆମେ ଏଠାରେ ଅଛୁ ବୋଲି ସେ କହିଛନ୍ତି।
ମଣିପୁର ହିଂସା ସମ୍ପର୍କରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବିବୃତ୍ତି ଉପରେ ପ୍ରତିକ୍ରିୟା ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଯଦି ସେ ଲଦାଖରେ ଅଛନ୍ତି, ତେବେ ସେ ଲଦାଖ ବିଷୟରେ କହିବା ଉଚିତ୍‌। ମଣିପୁର କଥା ସେ କାହିଁକି ଚିନ୍ତା କରୁଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି। ଆଜି ମଣିପୁରରେ ଯାହା ଘଟୁଛି ତାହା କଂଗ୍ରେସ ଦ୍ୱାରା ସୃଷ୍ଟି ହୋଇଛି।
ଗୁରୁବାର ସାରେ ବିରେନ ସିଂ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ଭେଟି ରାଜ୍ୟରେ ବର୍ତ୍ତମାନର ପରିସ୍ଥିତି ବିଷୟରେ କହିଥିଲେ। ମଣିପୁରରେ ସ୍ବାଭାବିକସ୍‌ ପରିସ୍ଥିତି ଆଣିବା ପାଇଁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ସେ ଶାହାଙ୍କୁ ସୂଚନା ଦେଇଛନ୍ତି।

Share