Categories: ଜାତୀୟ

ଆଜିଠାରୁ କଂଗ୍ରେସର ୩ ଦିନିଆ ଚିନ୍ତନ ଶିବିର

ନୂଆଦିଲ୍ଲୀ,୧୩ ।୫: ଗୋଟିଏ ପରେ ଗୋଟିଏ ରାଜ୍ୟରେ ପରାଜୟ ହେବା ପରେ ଏବେ ଦେଶର ସର୍ବ ପୁରାତନ ରାଜନୈତିକ ଦଳ କଂଗ୍ରେସ ରାଜସ୍ଥାନର ଉଦୟପୁରରେ ଚିନ୍ତନ ଶିବିରର ଆୟୋଜନ କରିଛି । ଶୁକ୍ରବାରଠାରୁ ଆରମ୍ଭ ହେବାକୁ ଥିବା ଏହି ଶିବିର ୩ ଦିନ ଧରି ଚାଲିବ । ଏଠାରେ ୩ ଦିନ ମନ୍ଥନ କରିବ କଂଗ୍ରେସ । ଚିନ୍ତନ ଶିବିରରେ କଂଗ୍ରେସ ସମ୍ପୂର୍ଣ୍ଣ ଭାବେ ସଙ୍ଗଠନ ଉପରେ ଧ୍ୟାନ ଦେବା ସହ ଆଗାମୀ ୨୦୨୪ ଲୋକ ସଭା ନିର୍ବାଚନକୁ ନେଇ କାର୍ଯ୍ୟଯୋଜନା ପ୍ରସ୍ତୁତ କରିବ ବୋଲି ଅନୁମାନ କରାଯାଉଛି ।
ଦିନ ପ୍ରାୟ ୨ଟା ବେଳେ ସୋନିଆ ଗାନ୍ଧୀଙ୍କ ସମ୍ବୋଧନରୁ ଚିନ୍ତନ ଶିବିର ଆରମ୍ଭ ହେବ । ଏଥିରେ କଂଗ୍ରେସର ୪୩୦ ପ୍ରତିନିଧି ସାମିଲ ହେବେ । ଶୁକ୍ରବାର ଓ ଶନିବାର ବିଭିନ୍ନ ବିଷୟକୁ ନେଇ ଚର୍ଚ୍ଚା କରାଯିବ ଓ ଯେଉଁ ପ୍ରସ୍ତାବ ଆସିବ ଏହା ଉପରେ ୧୫ ମେ’ରେ କଂଗ୍ରେସ କାର୍ଯ୍ୟ ସମିତି ବୈଠକରେ ମୋହର ଲାଗଯିବ ।

Share