Categories: ଜାତୀୟ

ଅଗ୍ନିପଥ ଯୋଜନାକୁ ବିରୋଧ: ଜନ୍ତର ମନ୍ତରରେ କଂଗ୍ରେସର ସତ୍ୟାଗ୍ରହ ଆରମ୍ଭ

ନୂଆଦିଲ୍ଲୀ,୧୯।୬: ଭାରତ ସରକାର ଅଗ୍ନିପଥ ଯୋଜନା ଘୋଷଣା କରିବା ଦିନଠାରୁ ଏହା ବିରୋଧରେ ପ୍ରଦର୍ଶନ ଜାରି ରହିଛି। ଦେଶରେ ହିଂସାତ୍ମକ ବିରୋଧ ପ୍ରଦର୍ଶନ କରାଯାଉଥିବାବେଳେ ରାଜନୀତି ମଧ୍ୟ ତୀବ୍ର ରୂପ ନେଉଛି। ରବିବାର କଂଗ୍ରେସ ଜନ୍ତର ମନ୍ତରରେ ଏହି ଯୋଜନା ବିରୋଧରେ ସତ୍ୟାଗ୍ରହ ଆରମ୍ଭ କରିଛି। ବହୁ କଂଗ୍ରେସ ନେତା ଏହି ସତ୍ୟାଗ୍ରହରେ ଯୋଗ ଦେଇଛନ୍ତି।
ଅଗ୍ନିପଥ ଯୋଜନା ବିରୋଧରେ ଜନ୍ତର ମନ୍ତରରେ ଏକାଠି ହୋଇଥିବା କଂଗ୍ରେସ ରାଜ୍ୟ ସଭା ଏମ୍‌ପି ଇମ୍ରାନ ପ୍ରତାପଗଢୀ କହିଛନ୍ତି, ଦେଶ ଜଳୁଛି ଏବଂ ଏହି ଯୋଜନାକୁ ପ୍ରଶଂସା କରିବା ପାଇଁ ପ୍ରଧାନମନ୍ତ୍ରୀ ତାଙ୍କ ଦଳକୁ ନିୟୋଜିତ କରିଛନ୍ତି। ସରକାର ଏହି ଯୋଜନା ପ୍ରତ୍ୟାହାର କରିବା ଉଚିତ୍‌।
ସୂଚନାଯୋଗ୍ୟ, ଦିଲ୍ଲୀର ଜନ୍ତର ମନ୍ତର ଠାରେ ଚାଲିଥିବା ସତ୍ୟାଗ୍ରହରେ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ, ସଚିନ ପାଇଲଟଙ୍କ ସମେତ ଅନେକ ବରିଷ୍ଠ ନେତାମାନେ ଯୋଗ ଦେଇଛନ୍ତି।

Share